ଆଳୁ ଚାହିଦା ମେଣ୍ଟାଇବା ପାଇଁ କରାଯିବ ୧୭୫୦ ହେକ୍ଟର ଜମିରେ ଚାଷ
ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମପୁର: ଗଞ୍ଜାମ କୃଷି ଓ ଉଦ୍ୟାନକୃଷି କ୍ଷେତ୍ର ପାଇଁ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା । କ୍ଲଷ୍ଟର ସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇ ପାରିବ । ବଜାରରେ କୃଷକଗଣ ପ୍ରତିଯୋଗିତାମୂଳକ ଲାଭବାନ ହୋଇ ପାରିବେ । କୃଷକଙ୍କ ଲାଭ ବୃଦ୍ଧି ପାଇଁ ବ୍ୟାପକ ଉତ୍ପାଦନ ଆବଶ୍ୟକତା ରହିଛି । ବାର୍ଷିକ ଯୋଜନା ଅନୁସାରେ ରବି ଚାଷ ସକାଶେ ୧୭୫୦ ହେକ୍ଟର ଆଳୁଚାଷ କରିବା ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ଏଯାବତ୍ ୨୭୩୦ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇ ୮୩ ଗୋଟି କ୍ଲଷ୍ଟର କରାଯାଇ ୯୯ଟି ସଚେତନତା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ତତ୍ସହିତ ୮ ଗୋଟି ଉତ୍ପାଦକ କୃଷିଗୋଷ୍ଠୀ ନିୟୋଜିତ ରହି ଆଳୁ ଚାଷ କରରିବା ସକାଶେ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିବା ଗୁରୁବାର ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୈଠକରୁ ଜଣାପଡିଛି । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଦ୍ୟାନ ବିଭାଗୀୟ ଉପ ନିଦେ୍ର୍ଦଶକ କନ୍ଦ ଜେନା ସୂଚନା ଦେଇ ଆଳୁର ଅଭାବ ଦୂର କରିବା ସକାଶେ ପାଗର ଅନୁକୂଳକୁ ଦୃଷ୍ଟିରେ ରଖି ଅଧିକ ଚାଷୀଙ୍କୁ ଆଗ୍ରହ ପ୍ରକାଶ ସକାଶେ ପ୍ରୋସôାହନ ଯୋଗାଇ ଦିଆଯିବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ ଯେ, ନଦୀପଠା ବା ନଦୀକୂଳିଆ ଅଞ୍ଚଳ ଆଳୁ ଚାଷ ସକାଶେ ପ୍ରତିକୂଳ ହେବ । ତେଣୁ ସେହି ସ୍ଥାନ ଚିହ୍ନଟ କରାଯାଇ କିମ୍ବା ସରକାରୀ ଜମି ମିନଙ୍କରେ ତିନି ମାସ ଚାଷ ସକାଶେ ଲିଜ୍ ଆକାରରେ ଚାଷୀଙ୍କୁ ଦିଆଯାଇ ଅଧିକ ଚାଷୀଙ୍କୁ ସଂପୃକ୍ତ କରାଗଲେ ଅଧିକ ଆଳୁ ଚାଷ ହେବ । ଚାଷ କାର୍ଯ୍ୟ ନ ହୋଇ ପଡି ରହୁଥିବା ସରାକରୀ ଜମିକୁ ମଧ୍ୟ ଚାଷ କାର୍ଯ୍ୟ ସକାଶେ ଲିଜ୍ ଆକାରରେ ଦିଆ ଯାଇ ଚାଷ କାର୍ଯ୍ୟ କରାଯାଇ ପାରିବ । ଏହି ଦିଗରେ ତହସିଲଦାରଗଣ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଜିଲ୍ଲାରେ ଶୀତଳ ଭଣ୍ଡାରର ଆବଶ୍ୟକତା ସକାଶେ ବୈଠକରେ ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ ରହିଥିବା ଶୀତଳ ଭଣ୍ଡାର ଗୁଡିକର କ୍ଷମତା, ସ୍ଥିତି ସମ୍ପର୍କରେ ମତାମତ ଗ୍ରହଣ କରାଯାଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, କ୍ଷୁଦ୍ର ଜଳ ସେଚନ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ସୁଜିତ୍ କେ ନାଥ, ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ମୋନାଲିସା ହୋତା ପ୍ରମୁଖ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।