ଏପ୍ରିଲ ଶେଷ ସପ୍ତାହରୁ ସ୍କୁଲଛୁଟି : ରାଜ୍ୟ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ଆରମ୍ଭ ହେଉ ହେଉ ତାତି ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି । ଏହାରି ଭିତରେ ତାତିକୁ ଦେଖି ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଯେଉଁ ଜିଲାଗୁଡ଼ିକରେ ଅଧିକ ଗରମ ଅଛି। ସେହି ଜିଲାଗୁଡ଼ିକର ଜିଲାପାଳ ନିଜ ସ୍ତରରେ ନିଷ୍ପତ୍ତି ନେବେ ଯେ ସ୍କୁଲ ଛୁଟି ହେବ କି ନାହିଁ। ଚଳିତ ବର୍ଷ ବଢ଼ୁଥିବା ତାତି ପାଇଁ ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ଗ୍ରୀଷ୍ମ ଛୁଟି ଶୀଘ୍ର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁଯାୟୀ, ସମସ୍ତ ସରକାରୀ ସ୍କୁଲ ଏପ୍ରିଲ ୩୦ରୁ ବନ୍ଦ ରହିବ। ଏହି ନିଷ୍ପତ୍ତି ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଲାଗୁ ହେବ। ଛୁଟିଦିନ ସମ୍ପର୍କରେ ସରକାରୀ ସୂଚନା ପରେ ପ୍ରକାଶ କରାଯିବ। ରାଜ୍ୟ ସଚିବାଳୟ ନବାନ୍ନରେ ପିଟିଆଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବାନାର୍ଜୀ କହିଛନ୍ତି ଯେ ମେ ଦ୍ୱିତୀୟ ସପ୍ତାହରୁ ଗ୍ରୀଷ୍ମ ଛୁଟି ଘୋଷଣା କରିବାର ସାଧାରଣ ଅଭ୍ୟାସ ପରିବର୍ତ୍ତେ, ବିଭାଗ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏହାକୁ ଏପ୍ରିଲ ୩୦ରୁ ଛୁଟି ନେଇ ଏକ ବିଜ୍ଞପ୍ତି ଜାରି କରିବ।