ଶିବ ବିବାହ ଉପଲକ୍ଷେ ଉତ୍ସବ ମୁଖର

ଆସିକା : ଆସିକା ଅଞ୍ଚଳର ବିଭିନ୍ନ ଶିବ ମନ୍ଦିରରେ ଆନନ୍ଦ ଉଲ୍ଲାସରେ ଶୀତଳ ଷଷ୍ଠୀ ଉପଲକ୍ଷେ ଶିବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୀତଳ ଷଷ୍ଠୀ ଅବସରରେ ବିଭିନ୍ନ ଶିବାଳୟରେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ନିର୍ବନ୍ଧ, ବିବାହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ପୁଡ଼ୁଗେଶ୍ୱ୍ୱେର ପଲ୍ଲୀରେ ବିଜେ ଶ୍ରୀ ଶ୍ରୀ ପୁଡ଼ୁଗେଶ୍ୱେର ମହାଦେବଙ୍କ ପୀଠରେ ଗାଁ ସଭାପତି ସୂର୍ଯ୍ୟ ନାରାୟଣ ନାହାକଙ୍କ ସଂଯୋଜନାରେ ପଣ୍ଡିତ ସୁନୀଲ ଦାଶଙ୍କ ପୌରହିତ୍ୟରେ ମାତା ପାର୍ବତୀଙ୍କ ପକ୍ଷରୁ କନ୍ୟା ପିତା ରୂପେ ଆଧ୍ୟାତ୍ମିକ ପ୍ରେମୀ ଗଣେଶ ମହାନ୍ତି ଓ ଭଗବାନ ଶଙ୍କର ପକ୍ଷରୁ ବର ପିତା ରୂପେ ବାପି ବିଶ୍ୱାଳଙ୍କ ଉପସ୍ଥିତରେ ପ୍ରଥମେ ବର କନ୍ୟା ପରିବାର ପକ୍ଷରୁ ନିର୍ବନ୍ଧ, ପରେ ହର ପାର୍ବତୀଙ୍କ ନଗର ପରିକ୍ରମା, ବାଟବରଣ ଠାରୁ ଆରମ୍ଭ କରି ହସ୍ତ ଗ୍ରନ୍ତି, କଉଡ଼ି ଖେଳ, ବନ୍ଦାପନା, ହୋମ, ପୂଜା ଆଦି ଅନୁଷ୍ଠିତ ହୋଇଥିଲା କ୍ଷ ସେହିଭଳି ବଜାର ସାହିରେ ବିଜେ ଶ୍ରୀ ଶ୍ରୀ ତ୍ରିବିଧେଶ୍ୱ୍ୱେର ପୀଠରେ ପଣ୍ଡିତ ଗଙ୍ଗାଧର ଶତପଥିଙ୍କ ପୌରହିତ୍ୟରେ କନ୍ୟା ଘର ପକ୍ଷରୁ କନ୍ୟା ପିତା ରୂପେ ବାବୁଲି ମହାରଣା ଓ ବରଙ୍କ ପକ୍ଷରୁ ବର ପିତା ରୂପେ ସୁବାସ ମୁନି ଭଗବାନ ଶିବ ଓ ପାର୍ବତୀ ଙ୍କ ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରସନ୍ନ ତ୍ରିପାଠୀଙ୍କ ସଂଯୋଜନାରେ କନ୍ୟା ପିତା ରୂପେ ବିପିନ ବିହାରୀ ଦାଶ ଏବଂ ବର ପିତା ରୂପେ ଭିକାରି ପାତ୍ର କର୍ତା ହୋଇ ପଣ୍ଡିତ ଉପେନ୍ଦ୍ର ନାଥ ମିଶ୍ର, ବଦ୍ରି ନାରାୟଣ କର, ଦେବୀ ପ୍ରସାଦ ଶତପଥିଙ୍କ ପୌରହିତ୍ୟ ରେ ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମାପନ ହୋଇଛି । ବାଜା, ବାଣ ପଟୁଆରରେ ବରଯାତ୍ରୀଙ୍କୁ ଆମନ୍ତ୍ରଣ, ବରଯାତ୍ରୀଙ୍କୁ ପ୍ରସାଦ ସେବନ କରିବା,କନ୍ୟା ଘର ପକ୍ଷରୁ ଯାନୀ ଯୌତୁକ ଦେଇ ସଂମ୍ମାନ ସହ ବିବାହ କାର୍ଯ୍ୟ ସମାପନ ହୋଇଥିଲା । ପ୍ରାତଃ ସମୟରୁ ପୂଜକମାନଙ୍କ ଦ୍ୱାରା ମନ୍ଦିରର ଦ୍ୱାର ଫିଠା, ମଙ୍ଗଳ ଆରତୀ, ଅବକାଶ, ମଇଲମ, ସ୍ୱତନ୍ତ୍ର ବେଶ ଅନୁଷ୍ଟିତ ହୋଇଥିଲା ।