ସମ୍ବିଧାନ ବଞ୍ଚାଓ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି
ଆସିକା : ଭାରତୀୟ ଜାତୀୟ କଂଗ୍ରେସର ଆହ୍ୱାନ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିଦେ୍ର୍ଦଶ କ୍ରମେ କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ଓକିଲ ସଙ୍ଘର ପୂର୍ବତନ ସଭାପତି ତଥା ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସଭାପତି ରବୀନ୍ଦ୍ର ନାଥ ଶର୍ମାଙ୍କ ଅଧକ୍ଷତାରେ ଓଡିଶା ପ୍ରଦେଶ କମିଟିର ଉପସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସାଂସଦ ପ୍ରାର୍ଥୀ ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା, ଗଞ୍ଜାମ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ, କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁରଭି ବିଷୋୟୀ, ଚିତ୍ର ସେନ ବେହେରା, ହରି କୃଷ୍ଣ ରଥ, ଅଗସ୍ତି ବରାଡ, ବିଦ୍ୟାଧର ପ୍ରଧାନ, ମନୋରଞ୍ଜନ ଦାସ, ସୂଦୀପ୍ତା ଦାଶ, ପ୍ରମୁଖ ଉପସ୍ଥିତ ରହିଥିଲେ । ଭାରତୀୟ ଜନତା ପାର୍ଟିର ସମ୍ବିଧାନ ବିରୋଧୀ ନୀତିକୁ ଗାଁ ଗାଁରେ ପହଞ୍ଚିବ । ପଞ୍ଚାୟତ, ବ୍ଲକ, ଏନଏସି ଏବଂ ଜିଲ୍ଲା ସାରା ସମ୍ବିଧାନ ବଞ୍ଚାଓ ଉପରେ ଲୋକମାନଙ୍କୁ ସଚେତନତା କରାଇବା ନେଇ ଏକ ବିଶାଳ ସମ୍ମିଳନୀ ଆସନ୍ତା ୦୬ ତାରିଖରେ ହିଞ୍ଜିଳିକାଟୁ ଠାରୁ ଆରମ୍ଭ ହେବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଠାରେ ଆୟୋଜିତ ସମ୍ମିଳନୀକୁ ସଫଳ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରୁସୁନାରାମ ସାବତ, ରାମ ନାରାୟଣ ବିଶ୍ୱାସ ରାୟ, ପଦ୍ମ ଚରଣ ସାହୁ, ବୁଧ ଦେବ ମଲ୍ଲିକ, ସତ୍ୟ ନାରାୟଣ ପାତ୍ର, ଦିଲ୍ଲୀପ କୁମାର ସୁଆର, ସୁବାସ ଜେନା, ପ୍ରିୟାଂଶୁ ପରିଡା, ଅଜିତ ମୁନି ସମେତ ଅନେକ ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ ।