ବିହନ ବିକ୍ରୟ କେନ୍ଦ୍ର : ଯାଞ୍ଚ ଅଣ ସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରି କଲେ ଲାଇସେନ୍ସ ରଦ୍ଦ
ନବରଙ୍ଗପୁର : କୃଷି ବିଭାଗ ପକ୍ଷରୁ ଚନ୍ଦାହାଣ୍ଡି ବ୍ଲକ ବିଭିନ୍ନ ବିହନ ବିକ୍ରେତାଙ୍କ ଦୋକାନ ଗୁଡିକ ଏନଫୋର୍ସମେଣ୍ଟ ସ୍କୁଆଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ନବରଙ୍ଗପୁର ଉମରକୋଟ କୃଷି ଜିଲା ଅଧିକାରୀ ଅନିଲ କୁମାର ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁର ପ୍ରଣୟ କୁମାର ମନ୍ତ୍ରି, ବିହନ ନିରୀକ୍ଷଣ ଅଧିକାର ପ୍ରଶାନ୍ତ କୁମାର ବାଗ, ଚନ୍ଦାହାଣ୍ଡି ତହସିଲଦାର ସହଦେବ କୁତୁର୍କ୍କା ଚନ୍ଦାହାଣ୍ଡି ବ୍ଲକର ସାତଗୋଟି ବିହନ ବିକ୍ରୟ କେନ୍ଦ୍ର ଉପରେ ଚଢାଉ କରିଥିଲେ । ଚନ୍ଦାହାଣ୍ଡି ପଞ୍ଚାୟତର ତରୁଣ ମଶ୍ରା, ହାନିଫ ଟ୍ରେଡର ଏବଂ ଏମ.ଡି. ଅଜିଜ, ଧୋଡିପାଣି ପଞ୍ଚାୟତର ନରେନ୍ଦ୍ର ନାୟକ ଓ ହୃଦା ବିଶି, ମୋହରା ପଞ୍ଚତୟତର ରାଜା ଟ୍ରେଡ଼ର୍ସ, ବାଲାଜୀ ପାଣ୍ଡିଙ୍କର ବିହନ ଦୋକାନରେ ଚଢାଉ କରି ଯାଞ୍ଚ କରିଥିଲେ । ଅନିୟମିତତା ଉପରେ ଉପରୋକ୍ତ ଅଧିକୃତ ବିକ୍ରେତାମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସାତ ଦିନ ମଧ୍ୟରେ, ଏମାନଙ୍କରଠାରୁ ସନ୍ତୋଷଜନକ ଉତ୍ତର ନ ମିଳେ, ଲାଇସେନ୍ସକୁ ସାମୟିକ ନୀଲମ୍ବନ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଚଢାଉ ସମୟରେ ଯଦି କୌଣସି ଅଣ ସ୍ୱୀକୃତିପ୍ରାପ୍ତ କମ୍ପାନୀମାନଙ୍କର ବିହନ ବିକ୍ରି ନଜରକୁ ଆସେ ତେବେ ସେମାନଙ୍କର ଲାଇସେନ୍ସ ସମ୍ପୂର୍ଣ୍ଣ ରଦ୍ଧ କରିବା ପାଇଁ ସୁପାରିଶ କରାଯିବ ବୋଲି ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।