ଶିବରାତ୍ରୀରେ ଏସବୁ କରିବା ମନା...

ଶିବରାତ୍ରୀରେ ଦେବ ଦେବ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିବା ଏବଂ କ୍ଷୀର ଢାଳିବାର ପରମ୍ପରା ରହିଛି । ବେଲପତ୍ର ଚଢେଇବାର ବି ବିଦ୍ଧି ରହିଛି । ହେଲେ ଅନେକ ଜିନିଷ ରହିଛି ଯାହା ଲୋକେ ଅନେକ ସମୟରେ ଅଜାଣତରେ ମହାଦେବଙ୍କୁ ଅର୍ପଣ କରନ୍ତି । ଆସନ୍ତୁ ସେ ବିଷୟରେ ଜାଣିବା ଆଉ ଆସନ୍ତାକାଲି ମହାଶିବରାତ୍ରୀରେ ଏସବୁ ନକରିବା...
-ଶିବଙ୍କୁ ସଂହାରକର୍ତ୍ତା ବୋଲି କୁହାଯାଏ, ତେଣୁ ଶିବଲିଙ୍ଗ ଉପରେ ସିନ୍ଦୂର, କୁକୁମ, ଫଗୁ ଅର୍ପଣ କରନ୍ତୁନି ।
-ଶାସ୍ତ୍ରରେ ଶିବଲିଙ୍ଗ ପୁରୁଷ ତତ୍ତ୍ୱର ପ୍ରତୀକ ଅଟେ । ହଳଦୀର ସମ୍ପର୍କ ଏବଂ ହଳଦୀ ଦେବୀଙ୍କ କ୍ଷେତ୍ରରେ ବ୍ୟବହାର ହୁଏ ତେଣୁ ଶିବଶଙ୍କରଙ୍କ ଉପରେ ହଳଦୀ ଲଗାଇବା ମନା ।
-ଶିବପୂରାଣ ଅନୁସାରେ, ଶଙ୍କଚୂଡ ଜଣେ ମହାପରାକ୍ରମୀ ରାକ୍ଷସ ଥିଲା ଯାହାର ବଧ କରିଥିଲେ । ତେଣୁ ଶିବରାତ୍ରୀରେ ହେଉ କି ଅନ୍ୟ କୌଣସି ଦିନରେ ଶିବଲିଙ୍ଗରେ କେବେ ଶଙ୍ଖରେ ପାଣି ଚଢା ଯାଏନି ।
-କେତକୀ କିଆ ଫୁଲରେ କେବେ ମହାଦେବଙ୍କ ପୂଜା କରନ୍ତୁନି ।
-ତୁଳସୀ ବିଷ୍ଣୁଙ୍କର ପ୍ରିୟ ମାତ୍ର ମହାଦେବଙ୍କର ବେଲପତ୍ର । ତେଣୁ ଶିବଲିଙ୍ଗରେ ତୁଳସୀ ଚଢା ଯାଏନି ।