ଶିବରାତ୍ରୀରେ ନିଶ୍ଚୟ କରନ୍ତୁ ଏମିତି

  ଶିବରାତ୍ରୀରେ ନିଶ୍ଚୟ କରନ୍ତୁ ଏମିତି


ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ଭଗବାନ ଶିବଙ୍କୁ ନିଷ୍ଠାର ସହ ସୁମରଣା କଲେ ମନୋସ୍କାମନା ପୂରଣ ହୋଇଥାଏ । ଏମିତି କିଛି କାମ ରହିଛି ଯାହାକୁ ଏହି ଦିନରେ କଲେ ପ୍ରଭୁଙ୍କର କରୁଣା ପ୍ରାପ୍ତି ହୁଏ ।
 ବାସ୍ତୁଶାସ୍ତ୍ର ଅନୁଯାୟୀ ଏହିଦିନ ବ୍ରାହ୍ମମୁହୂର୍ତ୍ତରୁ ସ୍ନାନ ସାରି ଲାଜକୁଳି ଲତା ଗଛ ଲଗାଇବା ଶୁଭ  । ଏହି ଗଛ ମଧ୍ୟରେ ଏକ ଶିବଲିଙ୍ଗକୁ ସ୍ଥାପନ କରି ପ୍ରତିଦିନ ଶ୍ରଦ୍ଧାର ସହ ଜଳ ଅବା କ୍ଷୀର ଅର୍ପଣ କଲେ ପ୍ରଭୁ କୃପା ମିଳିବା ସହ ଶନିଦେବଙ୍କର କୃଦୃଷ୍ଟି ଦୂର ହୁଏ । 
 ଭଗବାନ ଶିବଙ୍କର ବେଲଗଛ ଓ ବେଲପତ୍ର ବି ଖୁବ୍‌ ପ୍ରିୟ ।  ବେଲଗଛରେ ପ୍ରତିଦିନ ବିଶେଷକରି ମହାଶିବରାତ୍ରୀ ଦିନ ଜଳ ଢାଲିଲେ ମହାଦେବଙ୍କର କରୁଣା ପ୍ରାପ୍ତି ହୁଏ ।   ଭଗବାନ ଶିବ ପୂର୍ଣ୍ଣତାର ପ୍ରତୀକ । ଏହି ପବିତ୍ର ଦିନରେ ଠାକୁର ଘରର ଉତ୍ତରପଟ କାନ୍ଥରେ ଭଗବାନ ଶିବ ଓ ତାଙ୍କ ପରିବାରର ଫଟୋ ଲଗାଇ ପବିତ୍ର ମନରେ ତାହାକୁ ନିୟମିତ ପୂଜାକଲେ ପ୍ରଭୁକୃପା ମିଳିବା ସହ ପରିବାରରେ ଶାନ୍ତି ବଢେ ବୋଲି ବିଶ୍ୱାସ ରହିଛି ।