ବିଜେପିକୁ ନବୀନ ଆସିବେ 

jay narayan mishra

ବିଜେପିକୁ ନବୀନ ଆସିବେ 

ଭୁବନେଶ୍ୱର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୁଣି  ବିଜୁ ଜନତା ଦଳକୁ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି ଯେ ବିଜେଡି ଭାଙ୍ଗିଯାଉ ବୋଲି ବିଜେପି ଚାହୁଁନାହିଁ । ଦଳଟା ଥାଉ, ଶତ୍ରୁ ବଞ୍ଚି ଥାଆନ୍ତୁ । ଆଉ ଅପମାନିତ ହୁଅନ୍ତୁ । ଜୀବନରେ ମିତ୍ରଙ୍କ ଯେତିକି ଆବଶ୍ୟକତା ଅଛି, ସେମିତି ଶତ୍ରୁଙ୍କ  ବି ଆବଶ୍ୟକତା ଅଛି ।  ଆମର ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ କରିବା । ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ କରିବୁ । ବିଜେପି ଯେଉଁଦିନ ହୁଇସିଲ ଫୁଙ୍କିବ, ସେଦିନ ବିଜେଡି ଗୁଣ୍ଡଗୁଣ୍ଡ ହୋଇଯିବ ।  ବିଜେଡିରେ ଗୋଟିଏ ଲୋକ ବି ରହିବେନି । ନବୀନ ପଟ୍ଟନାୟକ ବି ବିଜେପିକୁ ପଳାଇ ଆସିବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । 

ଅନ୍ୟପକ୍ଷରେ ଖୁବଶୀଘ୍ର ବିଜେଡିର ଆଉ ୨ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି କହିଛନ୍ତି ବିଧାୟକ ଅଶୋକ ମହାନ୍ତି। ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ବିଜେପିରେ ମିଶିବେ ବୋଲି ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ। କେବଳ ସେତିକି ନୁହେଁ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ବୋଲି ବଡ଼ ଦାବି କରିଛନ୍ତି ଅଶୋକ ମହାନ୍ତି। ତେବେ ପୂର୍ବରୁ ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଅନ୍ୟ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହେବେ ବୋଲି  ଦାବି କରିଛନ୍ତି ବିଜେପି ବିଧାୟକ। ତେବେ କିଏ ସେହି ବିଧାୟକ ଏହାକୁ ନେଇ ଚର୍ଚ୍ଚା ଜୋର ଆରମ୍ଭ ହୋଇଯାଇଛି।