ଲଣ୍ଡନରେ ଓଡ଼ିଆ ଫଟୋଗ୍ରାଫର୍ଙ୍କ ପ୍ରଦର୍ଶନୀ

 ଭୁବନେଶ୍ୱର : ଲଣ୍ଡନର ଐତିହାସିକ ଡୋମିନିଅନ୍ ସେଣ୍ଟର, ସାଉଥଲ୍ରେ ନିଜର ଫଟୋଗ୍ରାଫି ପ୍ରଦର୍ଶନୀ କରିଛନ୍ତି ଓଡ଼ିଆ ନିଦେ୍ର୍ଦଶକ ଓ ଫଟୋଗ୍ରାଫର ସୌମ୍ୟ । ଲଣ୍ଡନରେ ଏହା ତାଙ୍କର ପ୍ରଥମ ସୋଲୋ ଫଟୋଗ୍ରାଫି ପ୍ରଦର୍ଶନୀ ହୋଇଥିବା ବେଳେ ‘ଏଭ୍ରିୱାନ୍ ନିଡ୍ସ ସମୱନ୍’ରେ ନିଜର ପ୍ରଦର୍ଶନୀ କରିଛନ୍ତି । ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରକଳ୍ପଟି ଲଣ୍ଡନ ସମାଜରେ ବଢ଼ୁଥିବା ସାମାଜିକ ଏକାକୀପଣ ବିଷୟକୁ ଚିହ୍ନିତ କରିଛି । ସୌମ୍ୟ ଗତ କିଛିବର୍ଷ ଧରି ଲଣ୍ଡନରେ ଷ୍ଟ୍ରିଟ୍ ଡକୁ୍ୟମେଣ୍ଟାରୀ ଫଟୋଗ୍ରାଫି କରୁଥିଲେ । ପଞ୍ଜାବୀ ଥିଏଟର୍ ଏକାଡେମୀ, ଲଣ୍ଡନ ସହିତ ସହଯୋଗିତାରେ ‘ଏଭ୍ରିୱାନ୍ ନିଡ୍ସ ସମୱନ୍’ ପ୍ରକଳ୍ପ ପ୍ରଦର୍ଶିତ ହେଉଥିବା ବେଳେ ତେଜିନ୍ଦର ସିଂହ ସାନ୍ଦ୍ରା ପ୍ରଦର୍ଶନୀର କୁ୍ୟରେଟର୍ ରହିଛନ୍ତି । ଲଣ୍ଡନ ବୋରୋ ଅଫ୍ ଇଲିଂର କାଉନ୍ସିଲର୍ ଜନ୍ ମାର୍ଟିନ୍, ଉଦ୍ଘାଟନରେ ଯୋଗ ଦେଇ ‘ଏପରି ସାମାଜିକ ସଚେତନତା ସୃଷ୍ଟି କରୁଥିବା ପ୍ରକଳ୍ପ ସମାଜରେ ଖୁବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ’ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଯେ, ସୌମ୍ୟ ଲଣ୍ଡନରେ ରହୁଥିବା ପ୍ରସିଦ୍ଧ ଓଡ଼ିଆ ଚିତ୍ରକର ପ୍ରଫୁଲ୍ଲ ମହାନ୍ତିଙ୍କୁ ନେଇ ଡକୁ୍ୟମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଛନ୍ତି ।