୧୦ ଆଇଏଏସଙ୍କୁ ଓଡ଼ିଶା କ୍ୟାଡ଼ର
10 IAS
ଓଡ଼ିଶାରେ ଆଗକୁ ବଢ଼ିବେ ଅନିମେଶ, ପ୍ରଜ୍ଞାନନ୍ଦନ, କାଶିଷ ବକ୍ସି, କସ୍ତୁରୀ, ରସିଦ୍, ମୃଣାଳିକା, ଶୁଭ୍ରା, ପବନକୁମାର, ଭଗତ ଓ ସନ୍ତୋଷ
ଭୁବନେଶ୍ୱର : ୨୦୨୩ ୟୁପିଏସସି ପରୀକ୍ଷାରେ ଭଲ ର୍ୟାଙ୍କ ପାଇଥିବା ୧୦ ଆଇଏଏସଙ୍କୁ ଓଡ଼ିଶା କ୍ୟାଡ଼ର ମିଳିଛି । ୩ ଓଡ଼ିଆଙ୍କୁ ନିଜ ରାଜ୍ୟ କ୍ୟାଡ଼ର ମିଳିଥିବା ବିଜ୍ଞପ୍ତିରେ ଉଲ୍ଳେଖ ରହିଛି । ୟୁପିଏସସିରେ ନମ୍ବର ୨ ର୍ୟାଙ୍କ ଥିବା ଅନିମେଶ ପ୍ରଧାନ, ୨୪ ର୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରି ଓ ୪୦୯ ର୍ୟାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା ର୍ୟାଙ୍କ ମିଳିଛି । ଯେତେବେଳେକି ଓଡ଼ିଆ ଝିଅ ଆୟୂଷୀ ପ୍ରଧାନଙ୍କୁ ଆସାମ ମେଘାଳୟ କ୍ୟାଡ଼ର ପ୍ରଦାନ କରାଯାଇଛି ।
ସିଏସଇ- କ୍ୟାଡ଼ର ଆବଣ୍ଟନ ଅନୁଯାୟୀ, ୧୮୧ ଆଇଏଏସଙ୍କୁ କ୍ୟାଡ଼ର ପ୍ରଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହରିୟାଣାର କାଶିଷ ବକ୍ସି, କେରଳର କସ୍ତୁରୀ ଶା’ ଓ ଫବି ରସିଦ୍, ରାଜସ୍ଥାନର ମୃଣାଳିକା ରାଠୋର, ଦିଲ୍ଲୀର ଶୁଭ୍ରା ପଣ୍ଡା, ଉତ୍ତରପ୍ରଦେଶର ପବନ କୁମାର ଓ ମହାରାଷ୍ଟ୍ରର ଭଗତ ସାମିଲ କଲ୍ୟାଣ ରାଓଙ୍କୁ ଓଡ଼ିଶା କ୍ୟାଡ଼ର ପ୍ରଦାନ କରାଯାଇଛି ।