ହାତୀ ଆକ୍ରମଣରେ ମୃତ ପରିବାରକୁ ଭେଟିଲା ବିଜେପି
ାା ପ୍ରଭାନୁ୍ୟଜ ।ା ତାଳଚେର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡି ଗ୍ରାମରେ ହାତୀ ଆକ୍ରମଣରେ ବଟକୃଷ୍ଣ ନାୟକ (୫୮)ଙ୍କର ମୃତୁ୍ୟ ଘଟିଥିଲା । ଏହି ଖବର ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପରାମର୍ଶକ୍ରମେ ଢେଙ୍କାନାଳ ସାଂସଦଙ୍କ ସମେତ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୃତ ବ୍ୟକ୍ତିଙ୍କର ପରିବାରଙ୍କୁ ଭେଟିଛନ୍ତି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ଆଠମଲ୍ଲିକର ପୂର୍ବତନ ବିଧାୟକ ରମେଶ ସାଏ, କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି ପ୍ରଦୀପ ପ୍ରଧାନ, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ପ୍ରଭାତ ମିଶ୍ର, ବିଦ୍ୟାଧର ଚିନାରା, ସମିତିସଭ୍ୟ ରାଜୁ ପଲେଇ, ଅନ ପ୍ରଧାନ, ଯଶବନ୍ତ ବେହେରା, ପପୁ ସାହୁ ସମେତ ବହୁତ ବିଜେପି ନେତୃତ୍ୱ ମାଣିକଯୋଡି ଗ୍ରାମରେ ପହଞ୍ଚô ହାତୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ପରିବାରଙ୍କୁ ଭେଟିଛନ୍ତି । ସାଂସଦ ଶ୍ରୀ ପାଣି ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ । ସାଂସଦ ପରିବାର ବର୍ଗଙ୍କୁ ଆର୍ଥôକ ସାହାର୍ଯ୍ୟ ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ନିୟମାନୁଯାୟୀ ସମସ୍ତ ଅନୁକମ୍ପାମୂଳକ ଆର୍ଥôକ ସାହାର୍ଯ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବାକୁ ଉକ୍ତ ପ୍ରତିନିଧି ମଣ୍ଡଳୀ ସରକାର ତଥା ପ୍ରଶାସନକୁ ପରାମର୍ଶ ଦେବେ ବୋଲି ପ୍ରକାଶ କରିଛନ୍ତି । ଉକ୍ତ ପ୍ରତିନିଧି ମଣ୍ଡଳୀ ସହ ବିଜେପିର ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।