କୋଇଲା ଉତ୍ପାଦନ ବନ୍ଦ ଯୋଗୁଁ ବିଦୁ୍ୟତ୍ ସମସ୍ୟା ଗୁରୁତର ହେବ: ଏମସିଏଲ

 ତାଳଚେର : ଠିକାଶ୍ରମିକମାନଙ୍କ ଆନେ୍ଦାଳନ ଯୋଗୁଁ କୋଇଲା ଉତ୍ପାଦନ ପରିବହନ ବନ୍ଦ ରହିଥିଲା  । ଦେଶର ସମସ୍ତ ପାୱାର ସେଟଂରରେ ଏବେ ବିଦୁ୍ୟତ୍ ସଙ୍କଟ ଦେଖାଦେଇଛି ବୋଲି ଏମସିଏଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର ପରଶୋନାଲ କେଶବ ରାଓ, ଡାଇରେକ୍ଟର ଟେକନିକାଲ ଯୁଗଳ କିଶୋର ବରାଳ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି  । ସେ ପ୍ରକାଶ କରିଛନ୍ତି ଯେ, ଏମସିଏଲର ୧୮ଭାଗ କୋଇଲା ଦେଶର ବିଭିନ୍ନ ପାୱାର ପ୍ଲାଂଟକୁ ଯୋଗାଣ ହୋଇଥାଏ । ବିଶେଷ କରି ଏନଟିପିସିର ଷ୍ଟକ ଥିବା କୋଇଲା ସରିବା ଉପରେ ବସିଲାଣି । ତେଣୁ ବିଦୁ୍ୟତ୍ ସଙ୍କଟ ଗୁରୁତର ଭାବେ ଦେଖାଦେଲାଣି  । ଖଣିବନ୍ଦ ରହିବାରୁ ହଜାର ହାଜର କୋଟି ଟଙ୍କାର କ୍ଷତି ସହିବାକୁ ପଡିଲାଣି । ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ସହଯୋଗରେ ଗତ ଶନିବାର ଠାରୁ ଏକ ହଜାର ଠିକାଶ୍ରମିକ କାର୍ଯ୍ୟରେ ଯୋଗଦେଇଥିବାରୁ ଉତ୍ପାଦନ କିଛି ପରିମାଣରେ ବୃଦ୍ଧି ପାଇଛି । ଏଥିନେଇ ଏମÿସିଏଲ ପକ୍ଷରୁ ଠିକାଶ୍ରମିକମାନଙ୍କୁ ଧନ୍ୟବାଦ ଦେବା ସହ ଅନ୍ୟ ଠିକାଶ୍ରମିକମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଏମସିଏଲ ପକ୍ଷରୁ କୁହାଯାଇଛି  । ସରକାରଙ୍କ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ତାଳଚେର ଅଂଚଳରେ ଥିବା ଏନଟିପିସି, ଟିଟିପିଏସ୍ ଏବଂ ଏମସିଏଲର ସମସ୍ତ କୋଇଲା ଖଣିରେ ଛଅମାସ ପାଇଁ ଏସମା ଲାଗୁ କରାଯାଇଛି ।