ବାଛୁରୀକୁ ଖାଇଗଲା ବାଘ
Tiger killed Cow

କୁଚିଣ୍ଡା : ଜଙ୍ଗଲ ଭିତରକୁ ଚରିବାକୁ ଯାଇଥିବା ବାଛୁରୀକୁ ବାଘ ଖାଇଦେଇଛି । ବାଘର ରକ୍ତ ଜୁଡୁବୁଡ଼ୁ ଶରୀର ଜଙ୍ଗଲରେ ପଡ଼ିରହିଛି । ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଜଙ୍ଗଲ ଭିତରକୁ ଯିବା ପାଇଁ ସାଧାରଣ ଲୋକଙ୍କ କଥା ଛାଡ଼ ବନବିଭାଗ କର୍ମଚାରୀମାନେ ବି ଡରୁଛନ୍ତି । ଗୋଏଲଦୁମା ଜଙ୍ଗଲରେ ବାଘ ଥିବା କୁହାଯାଉଥିବାବେଳେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରାରମ୍ଭିକ ତଦନ୍ତରୁ ବାଘର ପାଦଚିହ୍ନ ଥିବା ଜଣାପଡ଼ିଛି । କିନ୍ତୁ ଏନେଇ ସ୍ପଷ୍ଟ ହୋଇପାରିନାହିଁ । ଜମନକିରା ଫରେଷ୍ଟ ରେଞ୍ଜରେ ବନବିଭାଗ କର୍ମଚାରୀଙ୍କୁ ଆଲର୍ଟ କରି ଦିଆଯାଇଛି । ବାଘ ଏବେ କେଉଁଠି ରହିଛି, ବାଛୁରୀକୁ ମାରି କୁଆଡେ଼ ଗଲା ତାହାକୁ ନେଇ ବନବିଭାଗ ଚିନ୍ତାରେ ପଡ଼ିଯାଇଛି । ସେହିପରି ଜଙ୍ଗଲ ଭିତରକୁ ଯାଇଥିବା ଲୋକମାନେ ବି ଡରରେ ଘରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି ।