ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବି

 କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟିର ବୈଠକ ପ୍ରେସ କ୍ଲବରେ ସଂଗଠନର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରମଣୀ ରଂଜନ ରାଉତରାୟ ବିସ୍ତୃତଭାବେ ଦୀର୍ଘଦିନ ଧରି ଚାଲିଥିବା ଆନେ୍ଦାଳନାମ୍ôକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସଭାପତି ବିଗତ ସରକାରରେ ଟାଳଟୁଳ ନୀତି ଗ୍ରହଣ କରି ନିଷ୍ପତି ନେଇପାରିନଥିଲେ । ନିକଟରେ ବିଜେପି ସରକାର ଉପକୂଳବର୍ତୀ ସମସ୍ତ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ମଧ୍ୟ ଏକମାତ୍ର କେନ୍ଦ୍ରାପଡା ଜିଲ୍ଲାକୁ ବାଦ୍ ଦିଆଯାଇଛି । ଏପ୍ରିଲ୍ ୨୨ ତାରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗଣଧାରଣା ଦିଆଯିବାର ନିଷ୍ପତି ଗ୍ରହଣ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପୂର୍ବତନ ଲୋକପ୍ରତିନିଧି, ବର୍ତ୍ତମାନର ଲୋକପ୍ରତିନିଧି, ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନ ମାନେ ସାମିଲ୍ ହେବାପାଇଁ ଅନୁରୋଧ କରାଗଲା । ଏହି ଧାରଣା କାର୍ଯ୍ୟକ୍ରମ ସରକାର  ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଟା ନିଷ୍ପତି ନେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମତପ୍ରକାଶ ପାଇଛି । ଉକ୍ତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭ୍ୟ ଗୟାଧର ଧଳ, ଆଦିକନ୍ଦ ରାଉଳ, ଫକିର ଖଟୁଆ, ଭାଗିରଥି ଜେନା, ବୈଷ୍ଣବ ସ୍ୱାଇଁ, କେଦାର ସାମନ୍ତରାୟ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଅଭିମନ୍ୟୁ ରାଉତ, ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।