ମର୍ତ୍ତ୍ୟ ବୈକୁଣ୍ଠ ଗୋଲକ ଧାମରେ ଅଖଣ୍ଡ ନାମଯଜ୍ଞ
ାା ପ୍ରଭାନୁ୍ୟଜ ।ା କୁଆଖିଆ: ପବିତ୍ର ଗର୍ଭଣା ସଂକ୍ରାନ୍ତି ପରିପ୍ରେକ୍ଷୀରେ ରସୁଲପୁର ବ୍ଲକର ଆଦମପୁର ସ୍ଥିତ ମର୍ତ୍ତ୍ୟ ବୈକୁଣ୍ଠ ଗୋଲକ ଧାମରେ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି । ନାମଯଜ୍ଞ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତିଦିନ ୨୪ ପ୍ରହର ଚାଲିବାକୁ ଧାମର ବାବାଜିତ୍ ମହାନନ୍ଦ ସରସ୍ୱତୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ଧାମଟି ୧୯୧୮ମସିହାରେ ସ୍ଥାନୀୟ ଦିବ୍ୟ ଜୀବନ ସଙ୍ଘର ଭକ୍ତ ମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୨୦୨୨ରେ ଏହାକୁ ପୁରୀ ଠାକୁର ରାଜା ଗଜପତି ଦିବ୍ୟ ନରସିଂହ ଦେବ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିଲେ । ସେହିଦିନ ଠାରୁ ଏଠାରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଯଥା-ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଦ୍ୱାଦ୍ଦଶ ଶିବଲିଙ୍କ ମନ୍ଦିର, ତାରିଣୀ ମନ୍ଦିର, ବାଟ ମଙ୍ଗଳା ମନ୍ଦିର, ନୃସିଂହ ମନ୍ଦିର, ନାରାୟଣଙ୍କ ଅନନ୍ତ ଶୟନ ପ୍ରଭୃତି ପୂଜା ପାଉଥିବା ଦେଖାଯାଏ । ଧାମର ମୁଖ୍ୟ ପର୍ବ ହେଉଛି ସରସ୍ୱତୀ ପୂଜା । ଏହିଦିନ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଏଠାରେ ୩ଦିନ ବ୍ୟାପୀ ମହା ଆଡମ୍ବରରେ ଉସôବ ପାଳିତ ହୁଏ । ଏଥିସହିତ ଭାଗବତ ଜନ୍ମ, ରାମନବମୀ, ଶିବରାତ୍ରି ମଧ୍ୟ ପାଳିତ ହୋଇଥାଏ । ଏକ ଗ୍ରାମୀଣ ପରିବେଶରେ ଏପରି ଧାମର ଉଦେ୍ଦଶ୍ୟ ହେଉଛି ଜଞ୍ଜାଳମୟ ମଣିଷ ଜୀବନରେ ଆଧ୍ୟାତ୍ମିକ ଚେତନା ଏବଂ ଇଶ୍ୱର ବିଶ୍ୱାସକୁ ଉଜ୍ଜୀବିତ କରିବା ମୂଳମନ୍ତ୍ର ବୋଲି ଧାମର ବାବା ସରସ୍ୱତୀ ମତବ୍ୟକ୍ତ କରନ୍ତି । ପ୍ରତ୍ୟେକ ଦିନ ଏହି ଧାମକୁ ବହୁଦୁର ଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବା ବେଳେ ଏପରି ଏକ ଦର୍ଶନୀୟ ସ୍ଥାନକୁ ସଂସ୍କୃତି ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଦେବ ପ୍ରସାଦ ପଣ୍ଡା, ସମ୍ପାଦକ ବିମ୍ବାଧର ବିଶ୍ୱାଳ ଏବଂ ଦିବ୍ୟ ଜୀବନ ସଙ୍ଘର ସଦସ୍ୟ ଦାବି କରିଛନ୍ତି ।