ମହିଳାଙ୍କୁ ହାତ ଗୋଡ ବାନ୍ଧି ମାଡ ମାରିଲେ ଗ୍ରାମବାସୀ

 ସୋର:  ସୋର ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଏକ ରାସ୍ତାକାମ ଚାଲୁଥିବା ବେଳେ ଜଣେ ମହିଳା ତାଙ୍କ ବ୍ୟକ୍ତିଗତ ରାସ୍ତା ନ ଛାଡିବାରୁ ଗ୍ରାମବାସୀମାନେ ତାଙ୍କ ହାତ ଗୋଡକୁÿ ବାନ୍ଧି ତାଙ୍କୁ ମାଡ ମାରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ ଅନୁସାରେ ଏହି ଗ୍ରାମରେ ବରଅସ୍ତ ଛକ ଠାରୁ ମଳିକ ସାହି ପର୍ଯ୍ୟନ୍ତ ପୁର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାମ ଛାଲିଥିଲା । ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ଗ୍ରାମର ରମାରଣି ଦାସଙ୍କ ବ୍ୟକ୍ତିଗତ ଜାଗା ଥିବାରୁ ସେ ତାଙ୍କ ବ୍ୟକ୍ତିଗତ ଜାଗାରେ ରାସ୍ତା ଦେବାକୁ ମନା କରିଥିଲେ । ଯାହାକୁ ନେଇ ଗ୍ରାମର ୧୦ରୁ ଉଦ୍ଧ୍ୱର୍୍ୱ ମହିଳା ଓ ପୁରୁଷ ମିଶି ତାଙ୍କୁ ଏକ ରଶିରେ ବାନ୍ଧିବା ସହିତ ମାଡ ମାରିଥିଲେ । ପରେ ରମାମଣି ସୋର ଡାକ୍ତରଖାନାରେ ଚିକିସôିତ ହେବା ପରେ  ସୋର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।