ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଅନ୍ନଦାତା କାର୍ଯ୍ୟକ୍ରମ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଡେମ୍ଫଫଉଦା ଗ୍ରାହକ ସେବାକେନ୍ଦ୍ରରେ ବେତନଟୀ ଷ୍ଟେଟବ୍ୟାଙ୍କ ତରଫରୁ ଅନ୍ନ ଦାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ତୋଷ କୁମାର ଖଣ୍ଡା ଫୋର୍ଡର ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ । ଶାଖା ପରିଚାଳକ ଆର ଅଶ୍ୱନି ଭଞ୍ଜନ ମୁର୍ମୁ ଅନ୍ନଦାତା କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ କୃଷକ ଓ ଜନସାଧାରଣଙ୍କୁ ବ୍ୟାଙ୍କ ସହିତ ସୁସମ୍ପର୍କ ରକ୍ଷା କରି ସରକାରଙ୍କର ବିଭିନ୍ନ ଯୋଜନା ଉପରେ ସୁବିଧା ନେବା ପାଇଁ ଆଲୋକପାତ କରିଥିଲେ । ବ୍ୟାଙ୍କରୁ ଋଣ ନେଇ ସବସିଡି ପାଇବା ସହିତ ନିଜର ଆର୍ଥିକ ଉନ୍ନତି ହେବାପାଇଁ ପରାମର୍ଶ ଦେଇଥିଲେ । ଶାଖା ପରିଚାଳକ ଉନ୍ନତ ପାଞ୍ଚଜଣ କୃଷକଙ୍କୁ ଅନ୍ନଦାତା କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ । ବ୍ୟାଙ୍କର ପ୍ରଶାନ୍ତ କୁମାର ମହଲା ମଧ୍ୟ ଉପସ୍ଥିତ ଥିଲେ । ଜନସାଧାରଣ ବ୍ୟାଙ୍କର ଏଭଳି କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ । ସର୍ବଶେଷରେ ଗ୍ରାହକ ସେବାକେନ୍ଦ୍ରର ଶାଖା ପରିଚାଳକ ଭାରତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।