ଯାଜପୁରରେ ଆରମ୍ଭ ହେଲା ସିଏମ-କିଷାନ ଯୋଜନା

ଯାଜପୁରରେ ଆରମ୍ଭ ହେଲା ସିଏମ-କିଷାନ ଯୋଜନା


ାା ପ୍ରଭାନୁ୍ୟଜ୍ ।ା ଯାଜପୁର : ପବିତ୍ର ନୂଆଁଖାଇ ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସିଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । 
ରବିବାର ଜିଲା ପ୍ରଶାସନ ତରଫରୁ ସିଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓସ୍ୱାନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁର ଠାରୁ ଆଭାସୀ ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ ଉଦବୋଧନ ଦେବା ସହିତ ଓଡ଼ିଶାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ୩ଟି କୃଷି ପୋର୍ଟାଲ ଯଥା: ସିଏମ-କିଷାନ, ପିଏମ.କିଷାନ ଓ କୃଷକ ଇଉନିଫାଏଡ ପୋର୍ଟାଲର ଉନ୍ମୋଚନ କରି କୃଷି ବିଭାଗ ଏବଂ ଆନୁସଙ୍ଗିକ ବିଭାଗର ଯୋଜନାର ସଫଳ ରୂପାୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଯାଜପୁରର ୨୫ ଜଣ ସି.ଏମ-କିଷାନ ହିତାଧିକାରୀଙ୍କ ସହିତ ପ୍ରତି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ୧୦ଜଣ ଲେଖାଏଁ ସିଏମ-କିଷାନର ହିତାଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଯୋଜନାରେ ସରକାର ବର୍ଷକୁ ଦୁଇଥର ଖରିଫ ଏବଂ ରବି ଋତୁରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଭାବରେ ପ୍ରଦାନ କରୁଛନ୍ତି ଏବଂ ଭୂମି-ହୀନ କୃଷକ ମାନଙ୍କ ପାଇଁ ବର୍ଷକୁ ଥରୁଟିଏ ୧୨,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ସୁବିଧାଅଛି । ସୂଚନା ଥାଉକି, ଜିଲାରେ ଏହି ଯୋଜନାରେ ୨୦୧୫୦୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୫୧୮ଜଣ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି । ଏଥିସହିତ ଆଗାମୀ ଦିନ ମାନଙ୍କରେ ସରକାରୀ ଅନୁଷ୍ଠାନରେ ପାଠ ପଢ଼ୁଥିବା କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ପିଲାମାନଙ୍କୁ, କୃଷି ବିଦ୍ୟା ନିଧି ଯୋଜନା ମାଧ୍ୟମରେ ଛାତ୍ରବୃତି ପ୍ରଦାନ କରାଯିବାର ଯୋଜନା ମଧ୍ୟଅଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ  ନବକୃଷ୍ଣ ଜେନା, ଜିଲାମୁଖ୍ୟ କୃଷି ଅଧିକାରୀ, ଅରୁଣ ବେହେରା, ଡିଆରସିଏସ ବିରଜା ଦାସ, ପିଡି, ୱାଟର ସେଡ ପ୍ରଦୀପ ପଟ୍ଟନାୟକ, ଏଡିଭିଓ, ଡ଼.ଗଗନ ଚରଣ ନାୟକ, ସହକାରୀ ନିର୍ଦେଶକ ଉଦ୍ୟାନ କୃଷି ରାଧେଶ୍ୟାମ ନାୟକ, ମୀରା ପରିଛା, ମନୋଜ ରାଉତ, ଏଡିଏ, ଜ୍ୟୋତିରଞ୍ଜନ ଦାସ, ଜ୍ୟୋତିର୍ମୟୀ ବେହେରା, ପ୍ରବୋଧ ବିଶ୍ୱାଳ ସହକାରୀ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।