ପୋଖରୀରୁ ମୃତ ଦେହ ଉଦ୍ଧାର  : ପରିବାର ଆଣିଲେ ହତ୍ୟା ଅଭିଯୋଗ 

 ହିନେ୍ଦାଳ:  ହିନେ୍ଦାଳ ଉପଖଣ୍ଡ ରାସୋଳ ଥାନା ନବକିଶୋର ପୁର ପଞ୍ଚାୟତ କାଳୀପୋଇ ପତ୍ରଫଡି ନିକଟ ଏକ ପୋଖରୀରୁ ଭାସମାନ ଅବସ୍ଥାରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଏ ଏହି ପଞ୍ଚାୟତ ଶବର ସାହିର ଗଗନ ନାହକ (୫୦) ଘରେ ଥିବାବେଳେ ପଡୋଶୀ ଲକ୍ଷ୍ମୀ ଧର ନାମକ ଜଣେ ବ୍ୟକ୍ତି କିଛି କାମ ଅଛି କହି ଗଗନକୁ ଡାକି ନେଇଥିଲେ । ରାତିରେ ଗଗନ ଘରକୁ ନ ଫେରିବାରୁ ପରିବାର ବର୍ଗ ଲକ୍ଷ୍ମୀ ଧରକୁ ପଚାରିବାରେ ମୁଁ ତାକୁ ଦେଖି ନାହିଁ ବୋଲି କହିଥିଲେ । ପରିବାର ବର୍ଗ ଗଗନକୁ ଦୁଇ ଦିନ ଖୋଜି ନ ପାଇବାରୁ ଥାନାରେ ଏକ ଏତଲା କରିଥିଲେ । ଆଜି ମଧ୍ୟାହ୍ନରେ ଏହି ପୋଖରୀରେ ଏକ ଶବ ଭାସୁଥିବାର ଦେଖି ପରିବାର ବର୍ଗ ଏହା ଗଗନର ଶବ ବୋଲି ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ । ଶବର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି ଜଣାଯାଉଛି । ମୃତ ଶରୀରରେ ଏକ ମାଛ ଧରା ଜାଲ ଗୁଡ଼ାଇ ରହି ଥିବା ବେଳେ ବେକରେ ଏକ ରଶି ବନ୍ଧା ହୋଇଛି । ମୃତ ଗଗନଙ୍କ ସ୍ତ୍ରୀ ରେଣୁକା ନାହାକଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି । ପୁଲିସ ଶବକୁ ପାଣିରୁ ଉଦ୍ଧାର କରି ନଥିବା ବେଳେ ସାଇଁଟିଫିକ୍ ଟିମ୍କୁ ଅପେକ୍ଷା କରାଯାଇଛିି ।