ପୁନଃ ନିର୍ମାଣ ହେବ ଛଘରିଆ କଳପଡା ରାସ୍ତା: ଶୁଭ ଦେଲେ ବିଧାୟକ ଗଣେଶ୍ୱର
କେନ୍ଦ୍ରାପଡା: କଳପଡା ପଞ୍ଚାୟତ ଛ’ଘରିଆ କଳପଡା ରାସ୍ତାର ପୁନଃ ନିର୍ମାଣ କରାଯିବ । ବିଧାୟକ ଗଣେଶ୍ୱର ବେହେରା ଏହାର ଶୁଭ ଦେବା ସହ ଉନ୍ମୋଚନ କରିଛନ୍ତି । ପ୍ରାୟ ୨ କିମି ଲମ୍ବ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ୨ କେଟି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଡ଼କାଯିବା ପରେ ପୁଣି ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ଶିଳାନ୍ୟାସ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ, ବଗଡା ସରପଂଚ ସୁବନୀ ସାହୁ, ଜଳ ସମ୍ପଦ ବିଭାଗର ଏସଡିଓ ଧରଣୀଧର ବେହେରା, ଅଲୋକ ସାହୁ, ସମ୍ବିତ ଶ୍ରୀଚନ୍ଦନ, ଠିକାଦାର ବିକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ସହର ସହ ପାଟକୁରା, ମହାକାଳପଡ଼ା ୩ଟି ନିର୍ବାଚନ ମଣ୍ଡଳୀ ଓ ଜଗତସିଂହପୁର ଜିଲ୍ଲାକୁ ଗମନାଗମନ ପଇଁ ଏହି ସଡ଼କର ନବୀକରଣ ନିହାତି ଜରୁରୀ ଥିଲା । ଦୈନିକ ହଜାର ହଜାର ସଂଖ୍ୟାର ଯାନବାହନ ଯାତାୟତ କରୁଥିବାରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
