ବୀର ସାବରକର ଜୟନ୍ତୀ ପାଳିତ
କେନ୍ଦ୍ରାପଡା : ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସଭରକରଙ୍କ ୧୪୨ତମ ଜୟନ୍ତୀ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ସଭରକରଙ୍କୁ ଜଣେ ଅଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମୀ ଭାବେ ଅବିହିତ କରିଥିଲେ । ଉତ୍ସରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜସେବୀ ଇଞ୍ଜିନିୟର ଅକ୍ଷୟ କୁମାର ପାଣି ସ୍ୱାଧୀନତା ପାଇଁ ସଭରକରଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହିତ ସଭରକରଙ୍କ କ୍ରାନ୍ତିକାରୀ ବିଚାରଧାରାକୁ ବାଦ୍ ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଲେଖାଯାଇ ପାରେନା ବୋଲି ମତବ୍ୟକ୍ତ କରିଥିଲେ । ଯୁବ ସାମ୍ବାଦିକ ସୁଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିରେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଯୁବ ଆଇନଜୀବୀ ନୀତିଶ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ରାଷ୍ଟ୍ରପ୍ରେମୀ ଯୋଗଦେଇଥିଲେ ।