ସୁଭଦ୍ରା ଆବେଦନ ମାର୍ଚ୍ଚ ୩୧ ଡେଡ଼ଲାଇନ୍

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ରାଜ୍ୟ ସରକାର ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି  । ଆଗ୍ରହୀ ମହିଳାମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି  । ମାର୍ଚ୍ଚ ୮ ପରେ ପୁଣି ନୂଆ ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ସାମିଲ୍ ହେବେ  । ସେମାନଙ୍କୁ ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ତିନୋଟି କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି  । 
ସୂଚନାଯୋଗ୍ୟଯେ, ଏଯାବତ୍ ଚାରୋଟି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ ୯୮ ଲକ୍ଷ ହିତାଧିକାରୀ ସାମିଲ୍ ହୋଇସାରିଲେଣି  । ଆସନ୍ତା ୬ରେ ପଞ୍ଚମ ପର୍ଯ୍ୟାୟରେ ଆଉ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ  । ସେହିପରି ୮ରେ ବ୍ରହ୍ମପୁରରେ ହେବାକୁ ଥିବା ସମାବେଶରେ ଏକକାଳୀନ ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ  । ତଥାପିବି  ଦ୍ଭ ୭ ପୃଷ୍ଠାରେ...କତେକ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚôତ ଥିବାରୁ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି  ।