ପାଟଣାରେ ମେଗା ଷ୍ଟିଲ୍ ପ୍ଳାଣ୍ଟ
ଭୁବନେଶ୍ୱର: କେନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଳାଣ୍ଟ । ହେଲେ କେଉଁଠି ହେବ ତାହା କିନ୍ତୁ ସ୍ପଷ୍ଟ ହୋଇନଥିଲା । ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାଟଣାରେ ହିଁ ମେଗା ଷ୍ଟିଲ୍ ପ୍ଳାଣ୍ଟ ହେବବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତିଯେ, କେନ୍ଦୁଝର ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଯାହାଫଳରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ସୂଚନାଯୋଗ୍ୟଯେ, କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିବା ସହ ଏନେଇ ଉଦ୍ୟମ ଜାରି ରଖିଥିଲେ । ଗତବର୍ଷ ପସ୍କୋ ଓ ଜେଏସଡବ୍ଲୁ୍ୟ ଏନେଇ ଏମଓୟୁ କରିବା ସହ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ । ଉକôର୍ଷ ଓଡ଼ିଶା କନକ୍ଳେଭ ବେଳେ ଏନେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ମଧ୍ୟ କରାଯାଇଛି । ତେବେ କେଉଁଠି ଏହି ପ୍ଳାଣ୍ଟ କରାଯିବ ତାହା ସ୍ଥିର କରାଯାଇନଥିଲା । ସେତେବେଳେ ଦୁଇଟି ସ୍ଥାନକୁ ନେଇ ଚର୍ଚ୍ଚା ହେଉଥିଲା । ଗୋଟିଏ ସ୍ଥାନ ହେଉଛି ବାଂଶପାଳ ବ୍ଳକ ଓ ଅନ୍ୟଟି ପାଟଣା । ଓଡ଼ିଶା ଟି’ ପ୍ଳାଣ୍ଟେସନର ସେଠାରେ ୨୫ ଶହ ଏକର ଜମି ଥିବାବେଳେ ସେଠାରେ ପ୍ଳାଣ୍ଟ ସ୍ଥାପନ ପାଇଁ ବି ଯୋଜନା ହୋଇଥିଲା । ସେହିପରି ପାଟଣାରେ ଆର୍ସେଲର ମିତ୍ତଲକୁ ଦିଆଯାଇଥିବା ୧୯୫୬ ଏକର ଜମିରେ ବି ଏହି ମେଗା ଷ୍ଟିଲ ପ୍ଳାଣ୍ଟ ହୋଇପାରେ ବୋଲି ଯୋଜନା ଥିଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମିତ୍ତଲକୁ ଦିଆଯାଇଥିବା ସ୍ଥାନରେ ହିଁ ଜେଏସଡବ୍ଳୁ୍ୟ ଓ ପସ୍କୋ ଇସ୍ପାତ କାରଖାନା କରିବେ ବୋଲି ସ୍ପଷ୍ଟ ହୋଇଯାଇଛି ।