ମିଳିଲା ସୁଭଦ୍ରାର ଦ୍ୱିତୀୟ କିସ୍ତି

ମିଳିଲା ସୁଭଦ୍ରାର ଦ୍ୱିତୀୟ କିସ୍ତି

ଆସିଲା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସମସ୍ତ ମହିଳାଙ୍କୁ ଦେଇଛନ୍ତି ବଡ ଭେଟି ।  ୧ କୋଟି ମହିଳାଙ୍କ ଖାତାକୁ ଆସିଛି ଟଙ୍କା । ଗୋଟିଏ କ୍ଲିକ୍ରେ ହିତାଧିକାରୀଙ୍କ ଖାତାକୁ ଆସିଲା ପାଞ୍ଚ ହଜାର କୋଟି । ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ।  ମୁଖ୍ୟମନ୍ତ୍ରୀ , ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବଣ୍ଟନ ହୋଇଛି । ଏଥିସହ ମନ୍ତ୍ରୀ ପରିଷଦର କିଛି ସଦସ୍ୟ, ସାଂଦଦ ଓ ବିଧାୟକ ମଧ୍ୟ ଏଥିରେ ଉପସ୍ଥିତି ରହିଛନ୍ତି ।