ଆଜି ‘ସୁଭଦ୍ରା' କିସ୍ତି

ଭୁବନେଶ୍ୱର : ସରିଲା ‘ସୁଭଦ୍ରା’ ସର୍ଭେ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଆଜି ହିତାଧିକାରୀଙ୍କୁ ମିଳିବ ବଳକା ‘ସୁଭଦ୍ରା’ କିସ୍ତି । ଟଙ୍କା ପାଇବାରୁ ବାଦ ପଡ଼ିଥିବା ୧.୭୦ଲକ୍ଷ ହିତାଧିକାରୀଙ୍କ ବର୍ତ୍ତମାନ ଯୋଗ୍ୟତା ସର୍ଭେ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ସୂଚନା ଦେଇଥିଲେ । ସେହିପରି ତୃତୀୟ କିସ୍ତି ପରେ ଯେଉଁମାନଙ୍କୁ ୨୧ ବର୍ଷ ହୋଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଖୋଲା ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି । ହିତାଧିକାରୀମାନେ କିଛି ଲୋନ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ ଏଭଳି ସ୍ଥିତି ଉପୁଜିଛି କଟି ଯାଇଛି । ଏକ କୋଟି ହିତାଧିକାରୀ ହୋଇଯାଇଥିବାରୁ ବର୍ତ୍ତମାନ ଆଉ ନୂଆ ଆବେଦନ କରିପାରିବେନି । ରିଜେକ୍ସନ ଲିଷ୍ଟର ସର୍ଭେ କରାଯାଇ ବଞ୍ଚିତ ଥିବା ହିତାଧିକାରୀଙ୍କୁ ତୃତୀୟ କିସ୍ତି ଟଙ୍କା ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ମାର୍ଚ୍ଚ ୩୧ ତାରିଖ ପରେ ମଧ୍ୟ କିଛି ଆବେଦନ ଆସିଛି । ରିଜେକ୍ସନ ଲିଷ୍ଟର ହିତାଧିକାରୀଙ୍କ ଯାଞ୍ଚ ପରେ ତୃତୀୟ କିସ୍ତି ଦିଆଯିବ ଏବଂ ପରେ ନୂଆ ଆବେଦନ କଥା ଉପରେ ବିଚାର କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ।