କେମିତି କରିବେ ସୁଭଦ୍ରା ଯୋଜନାରେ ଆବେଦନ?

କେମିତି କରିବେ  ସୁଭଦ୍ରା ଯୋଜନାରେ ଆବେଦନ?


ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ,ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ‘ସୁଭଦ୍ରା’ ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକାରୀ ହେବ ।
ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏକ ‘ସୁଭଦ୍ରା’ ସମିତି ଗଠନ କରିବ ।  

ସୁଭଦ୍ରା ଯୋଜନାର ଏସଓପି ଆସିଛି  । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି  । ଏହି ଯୋଜନାରେ ଦୁଇ କିସ୍ତିରେ ଟଙ୍କା ମିଳିବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ  । ପ୍ରତି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମିଳିବ  । ଗତକାଲି କ୍ୟାବିନେଟ ବୈଠକରେ ସୁଭଦ୍ରା ଯୋଜନା ଏସଓପିରେ ମୋହର ଲାଗିଥିଲା  । ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ଟଙ୍କା ମିଳିବ  ।
ସୂଚନାଯୋଗ୍ୟଯେ, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରାଯାଇଥିଲା  । ଦୁଇବର୍ଷରେ ମହିଳାଙ୍କୁ ଏହି ଟଙ୍କା ମିଳିଥା’ନ୍ତା  । ତେବେ ଗୋଟିଏ କିସ୍ତିରେ ୫ ହଜାର ଟଙ୍କା ମିଳିଲେ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ମିଳିବ  । ଡିବିଟି ମାଧ୍ୟମରେ ଏହି ଟଙ୍କା ମିଳିବ  । ୧ କୋଟି ମହିଳାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ  । ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ  ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେଯେ, ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ  । ଏଥିପାଇଁ ୫୫୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ  । ରାକ୍ଷୀ ପୂର୍ଣ୍ଣିମା ଓ ମାର୍ଚ୍ଚ ୮ ମହିଳା ଦିବସରେ ୫ ହଜାର ଟଙ୍କା ପ୍ରଦାନ କରାଯିବ  । ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ  । ସେହିପରି ସୁଭଦ୍ରା ଡେବିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବ  । ସରକାରୀ ଯୋଜନାରେ ମାସିକ ୧୫ ଶହ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ବା ତଦ୍ଦୁଦ୍ଧ୍ୱର୍ ସହାୟତା ରାଶି ପାଉଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବେନାହିଁ  । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଆଦିରେ ମାଗଣାରେ ଫର୍ମ ଉପଲବ୍ଧ ହେବ  ।