ପୂର୍ବତନ ଟ୍ରକ ମାଲିକ ସଭାପତିଙ୍କୁ ଆକ୍ରମଣ


ାା ପ୍ରଭାନୁ୍ୟଜ ।ା ତାଳଚେର,: ପୂର୍ବତନ ତାଳଚେର ଟ୍ରକମାଲିକ ସଂଘର ସଭାପତି ଦିଲ୍ଲୀପ ପାଣିଙ୍କୁ ମରଣାନ୍ତକ ଆକ୍ରମଣ । ପ୍ରକାଶ ଯେ, ତାଳଚେର ଥାନା ସମ୍ମୁଖରେ ଥିବା ଏକ ଘରୋଇ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପାଣି ବସିଥିବା ବେଳେ କିଛି ଟ୍ରକ ମାଲିକ ଆସି ଉତ୍ୟକ୍ତ ହୋଇ ଟ୍ରକ ଭଡ଼ା ଓ ଚାଲାଣ ପଇସାକୁ କେନ୍ଦ୍ର କରି ତାଙ୍କୁ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ । ଏହାପରେ ଶ୍ରୀ ପାଣି ତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ନ ବୁଝି ଶ୍ରୀ ପାଣିଙ୍କୁ ଆକ୍ରମଣ କରିବା ସହିତ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ଏହାପରେ ଶ୍ରୀ ପାଣି ତାଳଚେର ଏସଡିପିଓଙ୍କୁ ଫୋନ୍ ମାଧ୍ୟମରେ ଘଟଣା ଜଣାଇବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦୀର୍ଘଦିନରୁ ଟ୍ରକଭଡ଼ା ବିବାଦ ତାଳଚେର ଅଞ୍ଚଳରେ ମୁଣ୍ଡ ଟେକିଥିଲେ ମଧ୍ୟ ଏହାକୁ ନେଇ ପ୍ରଶାସନର ଦ୍ୱାରସ୍ଥ ହେବା ସହିତ ପ୍ରଶାସନ ପକ୍ଷରୁ ମଧ୍ୟ ବୈଠକ କରାଯାଇ ଆଶୁ ସମାଧାନ ନିମନ୍ତେ ଚେଷ୍ଟା କରି ବିଫଳ ହୋଇଥିବା କୁହାଯାଉଛି ।