ଚାଷୀଙ୍କ ଆତ୍ମହତ୍ୟା

 ଦଶରଥପୁର : ଏହି ବ୍ଲକ କୟାଁ ପଞ୍ଚାୟତ ମାଧପୁର ଗ୍ରାମର ଜନୈକ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଗ୍ରାମର ଅନନ୍ତ ଯେନାଙ୍କ ପୁଅ ମହେଶ୍ୱର (୫୨) ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅନନ୍ତ ସବୁ ଦିନ ପରି ଆଜି ସକାଳୁ ଉଠି ଚାଷ କରୁଥିବା କ୍ଷେତକୁ ଯାଇଥିଲେ ଦେଖିଲେ । ବିଲରେ ଧାନ ବଦଳରେ ଅଗାଡି ହୋଇଯାଉଛି ଦେଖିବା ପରେ ମାନସିକ ଭାରସାମ୍ୟ ହରାଇ ଚାଷ କ୍ଷେତ ପାଖରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କଥା ଅଭିଯୋଗ ହେଉଛି । ଗ୍ରାମର ଅନ୍ୟ ଚାଷୀ ବିଲକୁ ଯିବା ସମୟରେ ଏହା ଦେଖି ପରିବାର ଏବଂ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ମଙ୍ଗଳପୁର ଥାନା ଏସ୍ଆଇ ଅନିତା ପ୍ରଧାନ ପହଁଚି ଶବକୁ ଜବତ କରିଥିଲେ । ମୃତ ମହେଶ୍ୱରଙ୍କ ୧ପୁଅ ୨ଟି ଝିଅ ଅଛନ୍ତି ।