ଡ. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି
ନାଉଗାଁ: ନାଉଗାଁ : ପୂର୍ବତନ ଯଶ୍ୱସୀ ପ୍ରଧାନମନ୍ତ୍ରୀ ପ୍ରବୀଣ ରାଜନୀତି ତଥା ଭାରତୀୟ ଅର୍ଥନୀତିର ମହାନାୟକ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଡ. ମନମୋହନ ସିଂହଙ୍କ ପରଲୋକ ହୋଇଛି । ଶ୍ରୀ ସିଂଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସିଂଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ନାଉଗାଁ ହାଟ ଠାରେ ନାଉଗାଁ ସାଂସ୍କୃତିକ ପରିଷଦ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଶ୍ରୀ ସିଂଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନୀରବ ପାର୍ଥନା କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି । ଦେଶ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଏବଂ ଦେଶ ପାଇଁ ତାଙ୍କ ଅବଦାନ ଚିରଦିନ ସ୍ମରଣୀୟ ହୋଇ ରହିବ ବୋଲି ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ସାଂସ୍କୃତିକ ପରିଷଦ ସମ୍ପାଦକ ସରୋଜ ନାୟକ, ନିରଞ୍ଜନ ମହାନ୍ତି, ପୂର୍ବତନ ନାଉଗାଁ ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ ଦାସ, ସୁକାନ୍ତ କୁମାର ଲେଙ୍କା ଯୋଗ ଦେଇଥିଲେ ।