ନାବାଳିକା ନିଖୋଜ

 ପାଣିକୋଇଲି : ଏହି ଥାନା ପଳସା ଗ୍ରାମର ଶ୍ରୀକାନ୍ତ ମହାପାତ୍ରଙ୍କ ସାନଝିଅ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମତେ ପ୍ରତେକ ଦିନ ପରି ଗତକାଲି ସଂଧ୍ୟାରେ ତାଙ୍କର ଦୁଇ ନାବାଳିକା ଝିଅ ନିକଟସ୍ଥ ନେକୁଡୁଶୁଣି ମନ୍ଦିରକୁ ଧୂପ ଦେବାକୁ ଯାଇଥିଲେ ହେଁ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ବୋହୁ ଖୋଜା ଖୋଜି ପରେ ବଡ଼ଝିଅ ସୋନାଲିକାକୁ ଏକ ବ୍ୟକ୍ତିଙ୍କ ଦେବାଲ କଡ଼ରୁ ଭୟବିତଅବସ୍ଥାରେ ଉଦ୍ଧାର କରିଥିଲେ ହେଁ ସାନ ଝିଅ ସ୍ୱପ୍ନାଞ୍ଜଳୀ(୧୦)କୁ ପାଇନଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।