ଅନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ 

 କଳିଙ୍ଗନଗର : ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟିରେ ଥିବା ବୀର୍ସା ମୁଣ୍ଡା ପୁନର୍ବାସ କଲୋନୀରେ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଦିବାସୀ ସମୁଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଅଧିକାର ଏବଂ ଅବଦାନକୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗୁଞ୍ଜଲ ଇକିର ମୁଣ୍ଡା, କୃଷ୍ଣଚନ୍ଦ୍ର ବୋଦ୍ର. କର୍ପୋରେଟ୍ ସର୍ଭିସେସ୍, ଟାଟା ଷ୍ଟିଲ କଳିଙ୍ଗନଗର ମୁଖ୍ୟ ଦେବଦୁତ ମହାନ୍ତି ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଆଦିବାସୀ ସଂସ୍କୃତି ଓ କୋଲିଆରିଜ୍ ମୁଖ୍ୟ, ଜିରେନ୍ ଜାଭିୟର୍ ଟପନୋ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଉତ୍ସବରେ ଆଦିବାସୀ ସଂସ୍କୃତି, ପାରମ୍ପରିକ କଳା, ସଙ୍ଗୀତ ଓ ନୃତ୍ୟକୁ ପ୍ରଦର୍ଶିତ କରାଯାଇଥିଲା । ସେମାନଙ୍କ ଅଧିକାର ସୁରକ୍ଷା ଓ ଭବିଷ୍ୟତ ଗଠନରେ କୂତ୍ରିମ ବୁଦ୍ଧମତା କିପରି ସହାୟକ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ପ୍ରତିଭାଶାଳୀ ଆଦିବାସୀ ଯୁବକ-ଯୁବତୀ ଏବଂ ଟ୍ରାଇବାଲ୍ ଲିଡରସିପ୍ ପ୍ରୋଗ୍ରାମ୍ର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ପାରମ୍ପରିକ ଖାଦ୍ୟ, ପୋଷାକ, ବାଦ୍ୟଯନ୍ତ୍ର ଏବଂ ହସ୍ତଶିଳ୍ପ ପ୍ରଦର୍ଶିତ କରୁଥିବା ବିଭିନ୍ନଷ୍ଟଲ୍ ମାଧ୍ୟମରେ ଅଞ୍ଚଳର ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରାଯାଇଥିଲା । ସାଂସ୍କୃତିକ ପ୍ରଦର୍ଶନ ଗୁଡ଼ିକରେ ମିର୍ଗିଛରା ଆଦିବାସୀ ୟୁଥ କ୍ଲବ୍ ଦ୍ୱାରା ଏକ ସାମାଜ ସଚେତନତା ମୂଳକ ନାଟକ ମଂଚସ୍ଥ କରାଯାଇଥିଲା । ଯେଉଁଥିରେ ବାଲ୍ୟ ବିବାହ, ଏକାଧିକ ବିବାହ ଓ ମଦ୍ୟପାନ ଭଳି ସମସ୍ୟାଗୁଡ଼ିକୁ ଆଲୋଚନା କରାଯାଇଥିଲା । ଉତ୍ସବରେ ଟିଏଲପିର ପ୍ରତିଭାସମ୍ପନ୍ନ ପୂର୍ବତନ ଛାତ୍ରଛାତ୍ରୀ ଆଦିବାସୀ ଐତିହ୍ୟ ସୁରକ୍ଷା ଓ ସାଂସ୍କୃତିକ ସଚେତନତା ବୃଦ୍ଧିରେ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ଏବଂ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳର ପଞ୍ଚାୟତରାଜ ଅନୁଷ୍ଠାନ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା ।