ସନେ୍ଦହରେ ସ୍ୱଚ୍ଛସାଥୀଙ୍କ ଆତ୍ମହତ୍ୟା
ବାଣପୁର : ସ୍ୱାମୀ ବିଦେଶରେ ରହୁଥିବା ବେଳେ, ପୁଅ ଓ ଝିଅଙ୍କୁ ବାହାରକୁ ପଠାଇ ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ବାଣପୁର ଏନଏସିର ସ୍ୱଚ୍ଚସାଥି ମିତା ବାରିକ । ଆତ୍ମହତ୍ୟାର କାରଣ ଅସ୍ପଟ ଥିଲା ବେଳେ, ଶଶୁର ଘର ପକ୍ଷରୁ ତରବରିଆ ଭାବେ ମୃତଦେହକୁ ମଶାଣିକୁ ନେବା ବେଳେ ପୋଲିସ ଜବତ କରିଛି । ମିତାଙ୍କ ମା'ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପ ମୃତୁ୍ୟ ମାମଲା ରୁଜୁ କରି ମୃତ ଦେହ ବ୍ୟବଛେଦ ନିମନ୍ତେ ପଠାଇଛି । ପୋଲିସ କହିବା ମୁତାବଜ ବାଣପୁର ଥାନା କୋଟବିଦ୍ୟାଧର ପୁର ଗ୍ରାମର ମିତା (୩୧) ଦଶ ବର୍ଷ ପୂର୍ବେ ସେହି ଗ୍ରାମର ତ୍ରିଲୋଚନ ପରିଡ଼ାଙ୍କୁ ପ୍ରେମ ବିବାହ କରିଥିଲା । ମାତ୍ର ଉଭୟ ପରିବାରର ଏଥିରେ ସମ୍ମତି ନ ଥିବାରୁ ଉଭୟ ଏକ ଭଡା ଘରେ ସେହି ଗ୍ରାମରେ ରହୁ ଥିଲେ । ଉଭୟଙ୍କର ଏକ ପୁଅ ଓ ଗୋଟିଏ ଝିଅ ଅଛି । ତ୍ରିଲୋଚନ ବିଦେଶରେ ରହୁଛନ୍ତି । ଆତ୍ମହତ୍ୟାର ଖବର ପାଇ ଶଶୁର ଘର ଲୋକ ମୃତଦେହ ତଳକୁ ଆଣି ଶ୍ମଶାନକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଗାଁ ଲୋକଙ୍କ ଠାରୁ ଖବର ପାଇ ମିତାଙ୍କ ମା ଥାନାରେ ଜଣାଇବାରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥଲା । ମିତାଙ୍କୁ ଡାକ୍ତର ଖାନା ନ ନେବା ଓ ତାଙ୍କ ବାପ ଘରକୁ ଖବର ନ ଦେବା ସହ ଶଶୁର ଘର ତରବରିଆ ଭାବେ ଶବ ସଂସ୍କାର କରିବା ପାଇଁ ଉଦ୍ୟମ କରିବା ଘଟଣା ସଂନେ୍ଦହ ଘେରକୁ ଆସୁଥିବା ବେଳେ, ଏ ସମ୍ପର୍କରେ ସ୍ୱାମୀ ତ୍ରିଲୋଚନଙ୍କୁ ଖବର ଦିଆ ଯାଇଛି । ବ୍ୟବଛେଦ ରିପୋର୍ଟ ଆସିବ ପରେ ମୃତୁ୍ୟର କାରଣ ଜଣା ପଡିବ ବୋଲି ତଦନ୍ତ ଅଧିକାରୀ ପବିତ୍ର ପ୍ରଧାନ କହିଛନ୍ତି ।