ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ୍ ବାଳକ ଦଳ ଘୋଷିତ

 ଉଦ୍ରକ : ୟୁନିଟ ୧ ଠାରେ ଆରମ୍ଭ ହେବାକୁ ଯାଉଥିବା ୪୯ତମ ରାଜ୍ୟସ୍ତରୀୟ ବାସ୍କେଟ୍ବଲ୍ ପ୍ରତିଯୋଗିତା ୨୯ ମଇରୁ ଆରମ୍ଭ ହୋଇ ୧ ଜୁନ୍ରେ ସରିବ । ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୧୨ ଜଣ  ଖେଳାଳୀଙ୍କ ନାମ ଘୋଷଣା କରିଛି । ଏହି ଦଳକୁ ଜିଲ୍ଲା ଆଥ୍ଲେଟିକ୍ ସଂଘ ସମ୍ପାଦକ ଧିରେନ୍ ପଲାଇ, ବାସ୍କେଟ୍ବଲ୍ କୋଟ୍ ମନୋଜ ସାହୁ, କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା କ୍ରିଡା ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାଏ, ସ୍ୱତନ୍ତ୍ର କ୍ରିତା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଖେଳାଳୀଙ୍କୁ ଭେଟି ସେ କିପରି ରାଜ୍ୟସ୍ତରରେ ଭଲ ଖେଳ ପ୍ରଦର୍ଶନ ପାଇଁ ଶୁଭକାମନା ମନାସିଛନ୍ତି । ଏହି ଦଳ ସହିତ ମନୋଜ ସାହୁ କୋଚ୍ ଓ ମ୍ୟାନେଜର ଭାବେ ସିଦ୍ଧାର୍ଥ ମହାନ୍ତି ଯାତ୍ରା କରୁଛନ୍ତି । ରୁଦ୍ର ନାରାୟଣ ପଣ୍ଡା, ବରୁଣ ସାହୁ, ତନ୍ମୟ ପ୍ରଧାନ, ଆୟୁଷ କୁମାର, ଶ୍ରିୟାଂସ ଦାସ, ସତ୍ୟଜିତ ସେଠୀ, ସିତାରାମ ନାୟକ, ଜ୍ୟୋତିପ୍ରକାଶ ବାରିକ, ଋଷବ ସେଠୀ, ଅସ୍ମିତ ମହଲା, ଶୁଭ୍ରାଂଶୁ ମହଲା, ଅଭିଜିତ ସାହୁ ଖେଳିବେ ।