ବିବାହ ଭାଙ୍ଗିଯିବାରୁ ଯୁବକଙ୍କ ଆତ୍ମହତ୍ୟା

 ସାଲେପୁର : ବାହାଘର ଭାଙ୍ଗିଯିବାରୁ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଗ୍ରାମର ସ୍ୱର୍ଗତ ପ୍ରମୋଦ ବେହେରାଙ୍କ ପୁଅ ପ୍ରଫୁଲ୍ଲ ବେହେରା(୨୭) ଗତକାଲି ରାତିରେ ଖାଇପିଇ ନିଜ କୋଠରୀରେ ଶୋଇଥିଲେ । ଆଜି ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରର କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକେ ଝରକା ଭାଙ୍ଗି ଦେଖିଲା ବେଳକୁ  ପ୍ରମୋଦ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି ଏବଂ ତାର ଶରୀର ଝୁଲନ୍ତା ଅବସ୍ଥାରେ ରହିଛି । ଏହା ନେଇ ସ୍ଥାନୀୟ ଲୋକେ ସାଲେପୁର ପୁଲିସକୁ ଖବର ଦେଇଥିଲେ । ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲେ । ପ୍ରଫୁଲ୍ଲର କିଛି ଦିନ ତଳେ ବାହାଘର ଠିକ୍ ହୋଇଯାଇଥିବାବେଳେ ହଠାତ୍ ବାହାଘରଟି ଭାଙ୍ଗିଯାଇଥିଲା । ଉକ୍ତ ଦିନ ଠାରୁ ପ୍ରଫୁଲ୍ଲର ମାନସିକ ସ୍ଥିତି ଠିକ୍ ନଥିଲା । ବାହାଘର ଭାଙ୍ଗିଯାଇଥିବାରୁ ଗତକାଲି ସେ ଏହିଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକେ ଆଲୋଚନା କରଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।