ବିଜେପିର ମହିଳା ସମାବେଶ  : ମହିଳାଙ୍କ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ

ସାଲେପୁର:  ସାଲେପୁର ବିଜେପି ପକ୍ଷରୁ ରାମେଶ୍ୱର ମଣ୍ଡଳ ମହଣ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ରାମେଶ୍ୱର ମଣ୍ଡଳ ସଭାପତି ସଂଗୀତା ଜେନାଙ୍କ ନେତୃତ୍ୱରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ବିଜେପି ନେତା ଅରିନ୍ଦମ ରାୟ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ସବୁ ସମୟରେ ମହିଳାଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି । ସେଥିପାଇଁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ରାଜ୍ୟର ପ୍ରାୟ ୧କୋଟିରୁ ଉଦ୍ଧ୍ୱର୍ ମହିଳାମାନେ ସୁଭଦ୍ରା ଯୋଜନାରେ ଉପକୃତ ହୋଇଥିବା ସେ ପ୍ରକାଶ କରିଥିଲେ । ମୋହନ ସରକାର ସ୍ୱଚ୍ଛ, ନିର୍ମଳ ସରକାର ଭାବେ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଘର ଘର ବୁଲି ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ବିଜେପି କର୍ମୀମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ସତ୍ୟବାଦୀ ଚଇନି, ବରିଷ୍ଠ ବିଜେପି ନେତା କୁଂଜମୋହନ ସେଠୀ, ଲକ୍ଷ୍ମୀପ୍ରିୟା କର, ରଜନୀରାଣୀ ନାଥ, ସରିତା ବେହେରା, ହୀରାମୟୀ ଚାନ୍ଦ, ନିର୍ମଳା ନାୟକ, ଲକ୍ଷ୍ମୀ ନାୟକ, ଲତିକା ଚାନ୍ଦ, ମକ୍କି ଚାନ୍ଦ, ମଧୁସ୍ମିତା ଚାନ୍ଦ, ସ୍ୱର୍ଣ୍ଣଲତା ଚାନ୍ଦ, ଶୁଭଶ୍ରୀ ବେହେରା, ସଂଗ୍ରାମ କେଶରୀ ଚାନ୍ଦ, ରମେଶ ଚାନ୍ଦ, ପ୍ରମୋଦ କୁମାର ଆଚାର୍ଯ୍ୟ, ସରୋଜ କୁମାର ରାଉଳ, ସଂଜୟ ବେହେରା, ମଦନମୋହନ ନାଥ, ଯୁବନେତା ସତ୍ୟ ଶିବସୁନ୍ଦର କର, ଯଶୋବନ୍ତ ରାଉତ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ରାଉତ, ପ୍ରିୟରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।