ମା’ଭଗବତୀଙ୍କ ପୀଠରେ ମକର ମେଳା

ମା’ଭଗବତୀଙ୍କ ପୀଠରେ ମକର ମେଳା

ସାଲେପୁର : ପବିତ୍ର ମକର ସଂକ୍ରାନ୍ତି ଅବସରରେ ମା’ଭଗବତୀଙ୍କ ପୀଠରେ ମକର ମେଳା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୋରରୁ ବହୁ ଶ୍ରଦ୍ଧାଳୁ ମାଳିକା ବର୍ଣ୍ଣିତ ଗୁପ୍ତଗଙ୍ଗା ଚିତ୍ରୋତ୍ପଳାରେ ବୁଡ଼ ପକାଇ ମା’ ଭଗବତୀଙ୍କ ଦର୍ଶନ କରି କୃପାଲାଭ କରିଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଗବତୀଙ୍କ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କମିଟି ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ ମା’ଭଗବତୀଙ୍କ ସ୍ୱତନ୍ତ୍ର ବେଶ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ମାଳିକା ବର୍ଣ୍ଣିତ ଭଗବତୀ ପୀଠର ବହୁ ପୌରାଣିକ କଥା ରହିଛି । ତଦନୁଯାୟୀ ଆଜିର ଦିନରେ ଯେ କୌଣସି ବ୍ୟକ୍ତି ଚିତ୍ରୋତ୍ପଳା ଗୁପ୍ତଗଙ୍ଗାରେ ବୁଡ଼ ପକାଇ ମା’ଭଗବତୀଙ୍କ ଦର୍ଶନ କରନ୍ତି, ତେବେ ମା’ଙ୍କର ଅପାର କୃପା ଲାଭ କରିଥାନ୍ତି ବୋଲି ଲୋକକଥା ରହିଅଛି । ତଦନୁଯାୟୀ ଆଜି ଭୋରରୁ ରାଜ୍ୟର ବହୁ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଗୁପ୍ତଗଙ୍ଗା ଚିତ୍ରୋତ୍ପଳାରେ ବୁଡ଼ପକାଇ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ବୋଦାମୁଣ୍ଡାଇର କେନ୍ଦୁଛନ୍ଦା ମହାପୁରୁଷଙ୍କ ପୀଠରେ ମକର ମେଳା ଓ ଆଧ୍ୟାତ୍ମିକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।