ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ବଜାରରେ ସାଇରାମ ମେଡିସିନ୍ ଷ୍ଟୋର ଆଗରେ ଏକ ବାଇକକୁ ଗତ ରାତିରେ କେହି ଦୃବୃର୍ତ୍ତ ପୋଡି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରୁ ପ୍ରକାଶ, ଗତ ସୋମବାର ରାତିରେ ସାଇରାମ ମେଡିସିନ ଷ୍ଟୋର ମାଲିକ ସପନ ସାନ୍ତରା ସବୁ ଦିନ ଭଳି ରାତି ୧୦ ଟା ସମୟରେ ଦୋକାନ ବନ୍ଦ କରି ଖାଇ ପିଇ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୃବୃର୍ତ୍ତ କେବଳ ଫୁଲପ୍ୟାଣ୍ଟ ଓ ହେଲମେଣ୍ଟ ଲଗାଇ ଦୋକାନ ନିକଟକୁ ଆସି ସାମ୍ନାରେ ଥିବା ଥଣ୍ଡା ଟ୍ରେ ଓ ସାଇନ୍ ବୋର୍ଡ ଆଦି ଭାଙ୍ଗିବା ପରେ ଦୋଳନ ପାର୍ଶ୍ୱ ବାରଣ୍ଡାରେ ଥିବା ବାଇକ୍ଟିକୁ ନିଆଁ ଲଗାଇ ଦେଇଥିବାର ଦୃଶ୍ୟ ସିସି କ୍ୟାମେରାରୁ ଜଣାଯାଇଛି । ଏହି ଘଟଣାକୁ ନେଇ ସପନ ସାନ୍ତରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ପରେ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁଧ୍ୟାନ କରିଥିଲେ ।