ଶିଶୁ ମହୋତ୍ସବ ‘ସୁରଭି’

ାା ପ୍ରଭାନୁ୍ୟଜ ।ା  ବାଙ୍କୀ: ବାଙ୍କୀ ବ୍ଲକ ପକ୍ଷରୁ ବନ୍ଦାଳୋ ଉତ୍ତର କୁଲାଟ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ମଣ୍ଡଳ ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀମାନେ ଏହି ସୁରଭି ଉତ୍ସବରୁ ବହୁ ଜିନିଷ ଶିକ୍ଷାଲାଭ କରିପାରିବେ ବୋଲି କହିଥିଲେ ।  ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ମୁଖ୍ୟବକ୍ତା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରେଖା ପଣ୍ଡା, ବନ୍ଦାଳୋ ସରପଞ୍ଚ ପି୍ରୟଦର୍ଶିନୀ ସ୍ୱାଇଁ, ସମିତି ସଭ୍ୟା ସରଳା ମାନସିଂହ, ଉତ୍ତରକୁଲାଟ ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ମା’ଦୁର୍ଗା ବାଳିକା ହାଇସ୍କୁଲର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସାମନ୍ତ ସିଂହାର ମଞ୍ଚ ପରି ଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ମୁଦୁଲି, ଉତ୍ତର କୁଲାଟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତିପି୍ରୟଦର୍ଶିନୀ ଦାସ, ସିଆରସିସି ବନ୍ଦାଳୋ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ୧୨୯ ଶିକ୍ଷାନୁଷ୍ଠାନର ମୋଟ ୧୦ଟି କ୍ଲଷ୍ଟରର ବରିଷ୍ଠ ଓ କନିଷ୍ଠ ବିଭାଗର ୨୨୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।  ଉଦ୍ୟାପନ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ମୁଦୁଲି,  ମା’ଦୁର୍ଗା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅନୀତା ରଥ, ବିଆରସିସି ରୁକ ନାୟକ ପ୍ରମୁଖ ଯୋଗ ଦେଇ ମାନପତ୍ର ଓ ଟ୍ରଫି ବଣ୍ଟନ କରିଥିଲେ ।