ସର୍ବମଙ୍ଗଳା ମହଲା ସଭା କର୍ମକର୍ତ୍ତାଙ୍କ ଶପଥ ପାଠ
କଟକ : କଟକ ମହାନଗର ଅନ୍ତର୍ଗତ ୫୨ନମ୍ବର ୱାର୍ଡ଼ ସ୍ଥିତ ରାଜେନ୍ଦ୍ରନଗରର ସର୍ବମଙ୍ଗଳା ମହଲା ସଭାର ୨୦୨୫-୨୬ ନିମନ୍ତେ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଅବସରପ୍ରାପ୍ତ ନ୍ୟାୟଧିଶ ପିତାମ୍ବର ପାତ୍ର, ବରିଷ୍ଠ ମୁରବୀ ସୁନିଲ ମହାପାତ୍ର ଓ ଦେବ ପ୍ରସାଦ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ସଭାପତି ଭାବେ କୃଷ୍ଣଚନ୍ଦ୍ର ମାହୁନ୍ତ, ଉପସଭାପତି ଭବେ ରାଜେନ୍ଦ୍ର ଷଡଙ୍ଗୀ, ସଂପାଦକ ଭାବେ ସରୋଜ ସ୍ୱାଇଁ, ଯୁଗ୍ମ ସଂପାଦକ ଭାବେ ପ୍ରଦୀପ ବେହେରା ଓ କୋଷାଧ୍ୟକ୍ଷ ଭାବେ ଶୁଭେନ୍ଦୁ ମିଶ୍ରଙ୍କୁ ଶପଥପାଠ କରାଯାଇଥିଲା ।