ନ୍ୟାୟାଳୟର କଟକଣାକୁ ‘ଫୁ’, ପ୍ରଦୂଷଣ ବଳୟରେ ତାଳଚେର ଅଞ୍ଚଳବାସୀ
ାା ପ୍ରଭାନୁ୍ୟଜ୍ାା ତାଳଚେର: ବାଣଫୁଟାଇ ବେଶ ଧୁମଧାମରେ କଲେ ଦୀପାବଳୀ, ସର୍ବୋଚ ନ୍ୟାୟଳୟଙ୍କ ନିଦେ୍ର୍ଦଶନାମା ରାଜ୍ୟ ପ୍ରଦୁ୍ୟଷଣ ବୋର୍ଡ ଏବଂ ପୋଲିସ୍ ନିୟମ ମାନିଲେ ନାହିଁ । ପ୍ରବଣ ବାଣଫୁଟାଇବା କାରଣରୁ ତାଳଚେର ସହର ପ୍ରଦୁ୍ୟଷଣରେ ଅଞ୍ଚଳବାସୀ ଅଣନିଶ୍ୱାସୀ ହୋଇପଡିଛନ୍ତି । ଏପରିକି, ଉଚ୍ଚÿଶକ୍ତି ସମ୍ପର୍ଣ୍ଣ ବାଣ ଫୁଟାଇବା ଯୋଗୁଁ ବୟସ୍କ, ବୟସ୍କାମାନେ ପଦାକୁ ଗୋଡ କାଢିବା ସମ୍ଭବପର ହୋଇପାରିନଥିଲା ବୋଲି ଅଭିଯୋଗ ହୋଇଛି । ଧୂଳିଧୂଆଁ ଯୋଗୁଁ ତାଳଚେର ଅଞ୍ଚÿଳ ପ୍ରଦୁ୍ୟଷଣ ହୋଇପଡିଥିବା ଏହି ମାରାତ୍ମକ ରାସାୟନିକ ଫସଫରସ୍ ବାଣ ଜନିତ ପ୍ରଦୁ୍ୟଷଣ ଦ୍ୱିଗୁଣିତ ହୋଇପଡିବାରୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ବାୟୁ ମଣ୍ଡଳ ଧୂଆଁର ବଳୟ ଭିତରେ ରହିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ବାଣଫୁଟାର ଦୁଇଦିନ ପରେ ମଧ୍ୟ ଏହା ଏତେ ବିଷାକ୍ତ ହୋଇଥିଲା ଯେ, ଯେଉଁଆଡ ଗଲେ ବାଣର ଦୁର୍ଗନ୍ଧରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟହେବା ସହିତ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଏଠାରେ ହାତଗଣତି କିଛି ବାଣବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିଥିବା ବେଳେ ଆଉ କେତେକ ଆବେଦନ କରିଥିଲେ ହେଁ ସେମାନଙ୍କୁ ଲାଇସେନ୍ସ ମିଳିପାରିନଥିଲା ବୋଲି ବାଣ ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡିଛି । ତେବେ ଅଳ୍ପ ସଂଖ୍ୟକ ବ୍ୟବସାୟୀଙ୍କୁ ବାଣବିକ୍ରି ଲାଇସେନ୍ସ ମିଳିଥିବା ବେଳେ ଏହି ପରିପ୍ରେକ୍ଷୀରେ ତାଳଚେରକୁ ବିପୁଳ ପରିମାଣରେ ବାଣ କେଉଁଠାରୁ ଓ କିପରି ଆସିଲା ପୋଲିସ୍ କିପରି ଜାଣିପାରିଲା ନାହିଁ କି ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିଲା ତାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଚଳିତବର୍ଷ ଦୁଇଦିନ ଦୀପାଳବୀ ପର୍ବ ପାଳିଥିବାରୁ ୩୧ତାରିଖକୁ କିଛି ମାନିଥିବା ବେଳେ ଆଉ କିଛି ୧ତାରିଖରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଦୁଇଦିନ ସନ୍ଧ୍ୟା ସମୟରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅହରହ ବାଣଫୁଟାଇବା ଚାଲିଥିଲା, ଫଳରେ ସର୍ବସାଧାରଣଙ୍କ ଯାତାୟତର ବାଟଓଗାଳିଥିଲା । ଏପରିସ୍ଥଳେ କିପରିଭାବେ ତାଳଚେର ପୋଲିସ୍ ନିର୍ଦ୍ଦିଷ୍ଟ ସମୟ ପରେ ବାଣ ଫୁଟାଇବାକୁ ବାରଣ କଲା ନାହିଁ! ମାତ୍ରା ବାଣଫୁଟାଇବା ହେତୁ ବାୟୁମଣ୍ଡଳରେ କ୍ଷୁଦ୍ରକଣିକା ଏବଂ ବଡକଣିକା ପ୍ରଦୁ୍ୟଷଣ ମାତ୍ରକୁ ବ?ାଇଛି । ପିଏମ୨୫ କ୍ଷୁଦ୍ରକଣିକା ମଣିଷ ଶ୍ୱାସନଳୀକୁ ଯାଇଥାଏ । ପିଏମ ୧୦ ଆକାର ବଡଥିବାରୁ ଏହା ନାକ ପାଖରେ ଅଟକି ରହିଥାଏ ଏବଂ ଏହା ମାନବ ସମାଜପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ତେବେ ଏହି ଉଚ୍ଚ କମ୍ପନ ସୃଷ୍ଟି କରୁଥିବା ଓ ଏତେଶୟ ବାଣ ଫୁଟିବା କାରଣରୁ ଦୁଇଦିନରୁ ୩ଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଏହା ଘୂରିବୁଲିବା ସହ ଲୋକମାନଙ୍କୁ ଅଣନିଶ୍ୱାସୀ କରିଥିବା ତାଳଚେର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି ।