୪୯୬ ପଦବୀ ଟିଜିଟି ଓଡ଼ିଆ
suryaprava
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪୯୬ ପଦବୀ ଟିଜିଟି (ଓଡ଼ିଆ) ଭାବେ ଘୋଷଣା କରାଯାଇଛି । ଏବେ ୧୯୮୪ଟି ଟିଜିଟି (କଳା) ପଦବୀ ଥିବାବେଳେ ସେଥିମଧ୍ୟରୁ ସ୍ୱତନ୍ତ୍ର ଭାବେ ୪୯୬ ପଦବୀକୁ ଟିଜିଟି (ଓଡ଼ିଆ) ଭାବେ ଘୋଷଣା କରାଯାଇଛି । ଏହା ଟିଜିଟି (କଳା)ର ଏକ ଉପବର୍ଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ଓଡ଼ିଆ ଭାଷା ଉପରେ ଗୁରୁତ୍ୱ ଦେଉଥିବାରୁ ଏଭଳି ନିଆରା ନିଷ୍ପତ୍ତି ନେଇଛନ୍ତି ।