ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ କିଓସ୍କ ଉଦ୍ଘାଟନ
କଳିଙ୍ଗନଗର : ସମାଜ କଲ୍ୟାଣ ଏବଂ ସ୍ଥାୟୀତ୍ୱ ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରି, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ ଏହାର ପ୍ଲାଣ୍ଟର ମୁଖ୍ୟ ଫାଟକ ବାହାରେ ଏକ ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳ କିଓସ୍କ ଉଦ୍ଘାଟନ କରିଥିଲା । ଏହି କିଓସ୍କ, ଯାହା ରେଫ୍ରିଜରେସନ ପ୍ରଯୁକ୍ତି ବିଦ୍ୟା ସହିତ ଏକ ଉନ୍ନତ ଆରରଓ ଏବଂ ୟୁଭି ପୁ୍ୟରିଫିକେସନ୍ ସିଷ୍ଟମରେ ସଜ୍ଜିତ, ସାଧାରଣ ଲୋକ ତଥା ପଥଚାରୀଙ୍କୁ, ବିଶେଷକରି ପ୍ରଚଣ୍ଡ ଗ୍ରୀଷ୍ମ ମାସରେ, ସ୍ୱଚ୍ଛ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି । ପାରମ୍ପରିକ ଭାବରେ, ଜିନ୍ଦଲ ଷ୍ଟେନଲେସ୍ ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ, ସମାଜ ପାଇଁ ସ୍ୱଚ୍ଛ ଏବଂ ସତେଜ ପାନୀୟ ଜଳର ସୁବିଧାର ଆବଶ୍ୟକତାକୁ ପୂରଣ କରିବା ଏବଂ ଏକ ମହାନ ସେବା ପ୍ରଦାନ କରିବା ପାଇଁ ଅସ୍ଥାୟୀ ଜଳଛତ୍ର କେନ୍ଦ୍ର ସ୍ଥାପନ କରିଆସୁଛି । ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, କମ୍ପାନୀ ବର୍ଷସାରା ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏହି ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳ କିଓସ୍କ ସ୍ଥାପନ କରିଛି । ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ ଏବଂ ମାନବସମ୍ବଳ ଏବଂ ଆଇଆର ମୁଖ୍ୟ ରାକେଶ ପାଠକଙ୍କ ଉପସ୍ଥିତିରେ ବାହ୍ୟ ସମ୍ପର୍କ ମୁଖ୍ୟ ନୀଳମାଧବ ରଥ ଏହି କିଓସ୍କକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । କମ୍ପାନୀ ଏହି ଜନ ଉପଯୋଗୀ ପଦକ୍ଷେପର ପ୍ରସାରକୁ ଆହୁରି ବିସ୍ତାର କରି ବ୍ୟାସନଗର ଅଞ୍ଚଳରେ ଅତିରିକ୍ତ କିଓସ୍କ ସ୍ଥାପନ କରିବାର ଯୋଜନା ମଧ୍ୟ ଘୋଷଣା କରିଛି । ସମାନ୍ତରାଳ ପ୍ରୟାସରେ, ଜିନ୍ଦଲ ଷ୍ଟେନଲେସର ଖଣି ବିଭାଗ କାଳିଆପାଣି ଖଣି ଅଞ୍ଚଳରେ ଅସ୍ଥାୟୀ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଯାହା ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ସ୍ଥାନୀୟ ସମ୍ପ୍ରଦାୟ ଏବଂ ଶ୍ରମିକମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧକୁ ସୁନିଶ୍ଚିତ କରାଉଛି ।