ପାକିସ୍ତାନ ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା
ପୁରୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜମ୍ମୁ-କାଶ୍ମୀର ପହଲଗାମରେ ନିରିହ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଆତଙ୍କୀ ହାମଲାକୁ ଦୃଢ ନିନ୍ଦା କରି ଶୋଭାଯାତ୍ରା କରାଯାଇି । ଏହି ଶୋଭାଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ଯାଇଥିଲା । ନଗର ସଭାପତି ଡ଼କ୍ଟର ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସଦାଶିବ ପରିସରର ଶତାଧିକ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରି ନିରୀହ ମୃତ ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡ଼କ୍ଟର ରାଜେଶ କୁମାର ମିଶ୍ର, ଡ଼କ୍ଟର ସସ୍ମିତା ବନ୍ଦର ନାୟକ, ଡ଼କ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର, ନିଖିଳ ପାଢୀ, ମନୋଜ କୁମାର ପ୍ରଧାନ ପ୍ରମୁଖ କର୍ମକର୍ତ୍ତାମାନେ ପାକିସ୍ତାନର ପତାକାକୁ ବିରୋଧ କରିଥିଲେ । ସେମାନେ କହିଥିଲେ ଭାରତ ଏକ ଶାନ୍ତିପ୍ରିୟ ଦେଶ । ଏ ମାଟିରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରିବା ନିନ୍ଦନୀୟ ଘଟଣା । ସ୍ୱାଧୀନତା ପର ଠାରୁ ଭାରତ ଅନେକ ବାର ବିଦେଶୀ ଶତ୍ରୁମାନଙ୍କ ଦ୍ୱାରା ଆକ୍ରାନ୍ତ ହୋଇଛି । ପାକିସ୍ତାନ ବିରୋଧରେ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ ।