ଉକôଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବରେ ମୁଖ୍ୟମନ୍ତ୍ରୀ ‘ସେବା କରିବାର ପ୍ରେରଣା ମୁଁ ସଂଘରୁ ପାଇଛି’
ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ହଉ କିମ୍ବା ଅପାତକାଳୀନ ପରିସ୍ଥିତି; ସବୁ ସମୟରେ ବିପନ୍ନ ଓଡ଼ିଶାବାସୀଙ୍କ ପାଖରେ ଉକôଳ ବିପନ୍ନ ସହାୟତା ସମିତି ଆଗ ପହଞ୍ଚôଛି । ୪୩ ବର୍ଷର ଏହି ଯାତ୍ରାରେ ସାଧାରଣ, ଗରିବ ଓ ଅସହାୟ ଜନତାଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଦେବା ପାଇଁ ଏ ମହାନ ଅନୁଷ୍ଠାନ ସବୁଠୁ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦନ କରିଛି । ଆଜି ଉକôଳ ମଣ୍ଡପ ଠାରେ ଆୟୋଜିତ ଉକôଳ ବିପନ୍ନ ସହାୟତା ସମିତିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଉକôଳ ବିପନ୍ନ ସହାୟତା ସମିତିର ସେବା କ୍ଷେତ୍ରରେ ସଫଳ କାର୍ଯ୍ୟ ବିଷୟରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ଚିକିତ୍ସା କ୍ଷେତ୍ରର ବଡବଡ ସ୍ଥାନ ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର ଠାରେ ସାରା ଓଡିଶାରୁ ରୋଗୀମାନେ ଜଟିଳ ରୋଗର ଚିକିତ୍ସା ପାଇଁ ଆସନ୍ତି । ଏହି ସମୟରେ ଏମାନଙ୍କର ରହିବା, ଖାଇବା, ଡାକ୍ତର ଓ ଡାକ୍ତରଖାନା ସହ ସମନ୍ୱୟ ରଖି ରୋଗୀମାନେ ଯେପରି ସଠିକ୍ ସେବା ପାଇପାରିବେ ସେଥିପାଇଁ ଏହି ଅନୁଷ୍ଠାନର ଶ୍ରୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ୧୯୮୨ର ପ୍ରଳୟଙ୍କରୀ ବନ୍ୟା, ବାରିପଦା ମଧୁବନର ଭୟାବହ ଅଗ୍ନିକାଣ୍ଡ, ୧୯୯୯ ମହାବାତ୍ୟା ଭଳି ବିପନ୍ନ ସମୟରେ ଓଡ଼ିଶାବାସୀଙ୍କୁ ଦେବଦୂତ ଭଳି ଉକôଳ ବିପନ୍ନ ସହାୟତା ସମିତି ସହାୟତା ପ୍ରଦାନ କରିଥିଲା ବୋଲି କହିଥିଲେ ।
ଏ ଅବସରରେ ମୋହନ କହିଥିଲେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ ଲୋକ ଭାବେ ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି । ସମାଜ ପ୍ରତି ସମର୍ପଣଭାବ ଓ ସମ୍ବେଦନଶୀଳତା, ସଂଘର ବିଚାରଧାରାରୁ ପାଇଛି । ଓଡିଶାର ଦୁଇ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳ ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ଉଦଳା ଠାରେ ଅନାଥ ଓ ନିଃସହାୟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଆବାସିକ ଛାତ୍ରାବାସ ଜରିଆରେ ସମିତି ପକ୍ଷରୁ ଜନଜାତି ବର୍ଗଙ୍କୁ ସହାୟତା ପ୍ରଦାନ ପ୍ରଶଂସନୀୟ । ମୁଖ୍ୟବକ୍ତା ଭାବେ ସଂଘର ସଂଯୁକ୍ତ ମହାମନ୍ତ୍ରୀ ବିଜୟ ମନୋହର ପୁରାନିକ କହିଲେଯେ, ରାଜନୀତି ପରିବର୍ତ୍ତନ ପାଇଁ ବହୁମତ ଆବଶ୍ୟକ କିନ୍ତୁ ସମାଜ ପରିବର୍ତ୍ତନ ପାଇଁ ସୃଜନଶୀଳତାର ଆବଶ୍ୟକତା ଅଛି । ଉକôଳ ବିପନ୍ନ ସହାୟତା ସମିତି ଭଳି ଅନୁଷ୍ଠାନ ଗୁଡିକର ସେବା ମନୋବୃତ୍ତି ଯୋଗୁଁ ଆଜି ସମାଜରେ ପରିବର୍ତ୍ତନ ଆସିଛି । ସମାଜସେବା ଓ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ସମାଜସେବୀ ତଥା କୃଷକ ମାନଙ୍କୁ ଏ ଅବସରରେ ସମ୍ମାନିତ କରାଯାଇଥିଲା ଏବଂ ସମିତିର ଦୁଇଟି ସ୍ମରଣିକା ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମରେ ସମିତିର ସଭାପତି ଅକ୍ଷୟ କୁମାର ବିଟ ସ୍ୱାଗତଭାଷଣ ଦେଇଥିଲେ ।