ଜେପିସରୁ ୧୦ ସାଂସଦ ସସପେଣ୍ଡ

ଜେପିସରୁ ୧୦ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ୱାକଫ ବିଲ ଆଲୋଚନାବେଳେ ଯୁଗ୍ମ ସଂସଦୀୟ କମିଟି(ଜେପିସି)ରୁ  ୧୦ ଜଣ ସାଂସଦ ସସପେଣ୍ଡ ହୋଇଛନ୍ତି ।  ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା ପାଇଁ ସମ୍ପୃକ୍ତ ୧୦ ଜଣ ସାଂସଦଙ୍କକୁ ଦିନକ ପାଇଁ ସସପେଣ୍ଡ କରାଯାଇଛି । 
ସେମାନଙ୍କ ମଧ୍ୟରେ ଅଛନ୍ତି ଟିଏମସିରୁ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଧିନ ଓୱେସୀ ଓ କଂଗ୍ରେସର ନାସୀର ହୁସେନଙ୍କ ସମେତ ୧୦ ଜଣଙ୍କୁ ସସପେଣ୍ଡ କରାଯାଇଛି ।