ବଜେଟ୍‌ ୨୦୨୬ : ଜାଣନ୍ତୁ କଣ ହେଲା ଶସ୍ତା ଓ ଆଉ କଣ ହେଲା ମହଙ୍ଗା

ବଜେଟ୍‌ ୨୦୨୬ : ଜାଣନ୍ତୁ କଣ ହେଲା ଶସ୍ତା ଓ ଆଉ କଣ ହେଲା ମହଙ୍ଗା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ କର୍କଟ ଔଷଧ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହୋଇଛି। ଏଥିରେ କର୍କଟ ଏବଂ ମଧୁମେହ ଅନ୍ତର୍ଭୁକ୍ତ।  ଦେଶରେ ବଢୁଥିବା ଜଟିଳ ରୋଗର ଚିକିତ୍ସା ପାଇଁ ଅର୍ଥମନ୍ତ୍ରୀ ୧୦,୦୦୦ କୋଟିର ବଜେଟ୍ ସହିତ 'ବାୟୋ ଫାର୍ମା ଶକ୍ତି' ଯୋଜନା ଘୋଷଣା କରିଛନ୍ତି । ଏହା ବ୍ୟତୀତ ଚମଡ଼ା ଜୋତା ଏବଂ ମୋବାଇଲ୍ ବ୍ୟାଟେରୀ ମଧ୍ୟ ଶସ୍ତା ହୋଇଛି। ବଜେଟରେ ମଦ୍ୟପାନ ମହଙ୍ଗା ହୋଇଥିବାରୁ ମଦ୍ୟପାନକାରୀଙ୍କୁ ଝଟକା ଲାଗିଛି। 

ଶସ୍ତା ହୋଇଛି :- 

  • କର୍କଟ ଏବଂ ମଧୁମେହ ଔଷଧ
  • କପଡା
  • ସୋଲାର ସାମଗ୍ରୀ
  • ଚମଡା
  • ମୋବାଇଲ ବ୍ୟାଟେରୀ
  • ମାଇକ୍ରୋଓଭନ
  • ବିଦେଶ ଯାତ୍ରା
  • କ୍ରୀଡା ସାମଗ୍ରୀ
  • ବାୟୋ ସିଏନଜି

ମହଙ୍ଗା ହୋଇଛି :-

  • ଖଣିଜ ପଦାର୍ଥ
  • ସ୍କ୍ରାପ୍
  • ସିଗାରେଟ୍
  • ମଦ
  • ପାନ ମସଲା
  • ସୌଖୀନ ପୋଷାକ
  • ତମାଖୁ ସାମଗ୍ରୀ
  •  ଆମଦାନୀ ଘଣ୍ଟା