ସିଏମ୍ ଟ୍ରଫି: ବରଗଡ଼ ଏଫ୍ସି ଚାମ୍ପିଅନ୍

 ଭୁବନେଶ୍ୱର : ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଷ୍ଟାଡ଼ିୟମ୍ ଠାରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଆଜିର  ମ୍ୟାଚ୍ ବରଗଡ଼ ଏଫ୍ସି ଏବଂ ଭୁବନେଶ୍ୱର ଏଫ୍ସି ମଧ୍ୟରେ ହୋଇଥିବା ବେଳେ ବରଗଡ଼ ଏଫ୍ସି ଭୁବନେଶ୍ୱରକୁ ୩-୨ ଗୋଲ୍ରେ ପରାସ୍ତ କରି ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫ର ବିଜେତା ହୋଇଛି ।
ଆଜିର ମ୍ୟାଚ୍ରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ମନ୍ତ୍ରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ଥର ପାଇଁ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟାନସିପ୍ର ଆୟୋଜନ କରାଯାଇଥିଲା । ତୃଣମୂଳ ସ୍ତରରୁ ଓଡ଼ିଶାର ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେହି ଲକ୍ଷ୍ୟରେ ଏହି ଚାମ୍ପିୟାନସିପ୍ର ଆୟୋଜିତ ହୋଇଥିଲା । ସିଏମ୍ ଟ୍ରଫି ଚାମ୍ପିୟାନସିପ୍ ନିଶ୍ଚିତ ରୂପେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିପାରିଛି । ଏଥିରେ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର