ନିଦରେ କଥାହେବା ରୋଗର ସଙ୍କେତ

କେହି କେହି ରାତିରେ ନିଦବାଉଳାରେ କଥା କୁହନ୍ତି । କିଛି କଥାକୁ ବିଳିବିଳେଇ ହୋଇ ଚିତ୍କାର କରନ୍ତି । ତେବେ କିଛିଜଣ ଏହି ଅଭ୍ୟାସକୁ ମାମୁଲି ଭାବି ଅଣଦେଖା କରନ୍ତି । ଯଦିଓ ଏହା କେତେକ କ୍ଷେତ୍ରରେ ବଂଶଗତ କିନ୍ତୁ ଏପରି ହେବା ପଛରେ ସ୍ୱାସ୍ଥ୍ୟ ସହିତ ଜଡ଼ିତ କାରଣ ରହିଛି । ଯାହାକୁ କ୍ଲିପ୍ ଡିଜ୍ଅର୍ଡର କୁହାଯାଏ । ଏହାକୁ ଅଣଦେଖା ନ କରି କାରଣ ଏବଂ ଲକ୍ଷଣକୁ ଗୁରୁତ୍ୱ ଦେବା ଦରକାର । ମାନସିକ ବିକାରଗ୍ରସ୍ତ କାରଣରୁ ଲୋକଙ୍କର ନିଦରେ କହିବା ଅଭ୍ୟାସ ଥାଏ । ଅଧିକ ଚିନ୍ତାରେ ରହିବା, ମାନସିକ ଅବସାଦ, ବଦହଜମୀ, କମ୍ ନିଦ, ନିଶାଗ୍ରସ୍ତ, ଔଷଧର ପାର୍ଶ୍ୱପ୍ରତିକ୍ରିୟା, ଥକ୍କାପଣ କିମ୍ବା କମ୍ର୍ କାରଣରୁ ଏପରି ହୋଇଥାଏ । ଶୋଇବା ସମୟରେ ଅଚାନକ ଭୟ କରି ଉଠିଯିବା, ସମୟରେ ନିଦ ନ ଆସିବା ଆଦି ସମସ୍ୟା ହୋଇଥାଏ । ରୋଗଗ୍ରସ୍ତ ଲୋକ, ମାନସିକ ରୋଗୀ, ନିଶା ସେବନ କରୁଥିବା ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଥାଏ । ସେଥିପାଇଁ ଦିନରେ ଅଧୂକ ଥକ୍କା ନ ରହିବା, ନିଶା ସେବନ ନ କରିବା, ରାତିରେ କମ୍ ଖାଦ୍ୟ ଖାଇବା, ନିର୍ଦ୍ଧାରିତ ସମୟରେ ଶୋଇବା ଦ୍ୱାରା ଏହି ସମସ୍ୟାକୁ କମ୍ କରାଯାଇପାରିବ ।