ପିତୃପୁରୁଷଙ୍କ ଫଟୋରୁ ସୁଖସମୃଦ୍ଧି ବୃଦ୍ଧି


ହିନ୍ଦୁ ଧର୍ମରେ ପିତୃପୁରୁଷଙ୍କୁ ପୂଜା କରାଯାଏ । ସେଥିପାଇଁ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ଫଟୋ ଘରେ ରଖାଯାଏ ଓ କୁହାଯାଏ, ପୂର୍ବଜଙ୍କ ଫଟୋ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ପାଏ । ଏହା ସହ ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଓ ତେବେ ଲୋକମାନେ ପିତୃପୁରୁଷଙ୍କ ଫଟୋକୁ ହଲ, ଶୟନ କକ୍ଷ ଏବଂ ପୂଜା ଘରେ ରଖିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଲଗାଇବାର ନିର୍ଦ୍ଦିଷ୍ଟ ଦିଗ ଓ ନିୟମ ଅଛି ।
ଦକ୍ଷିଣ ଦିଗରେ ପୂର୍ବଜଙ୍କ ଫଟୋ ରଖିବା ଖୁବ୍‌ ଶୁଭ ବୋଲି କୁହାଯାଇଛି । ଦକ୍ଷିଣ ଦିଗ ହେଉଛି ଯମଙ୍କ ଦିଗ । ଏହି ଦିଗରେ ପିତୃପୁରୁଷଙ୍କ ଫଟୋ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ପାଏ । ଅନେକ ସମୟରେ ଲୋକେ ପିତୃପୁରୁଷଙ୍କ ଫଟୋ ଗୋଟିଏ ନୁହେଁ, ଏକାଧିକ ସଂଖ୍ୟାରେ ରଖିଥାନ୍ତି । ଏହା କିନ୍ତୁ ଭଲ ନୁହେଁ । ଏହା ଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ସେହିପରି ସେମାନଙ୍କ ଫଟୋକୁ କଦାପି ବ୍ରହ୍ମସ୍ଥାନ ଅର୍ଥାତ୍‌ ମଧ୍ୟମରେ ରଖିବା ଅନୁଚିତ । ଏହା ଦ୍ୱାରା ମାନସମ୍ମାନ ହାନି ହୋଇଥାଏ  ।
ତେବେ ପୂର୍ବଜଙ୍କ ଫଟୋକୁ କାନ୍ଥରେ ଅଧିକାଂଶ ଝୁଲାଇଥାନ୍ତି । ଶାସ୍ତ୍ର ଅନୁସାରେ, ଏହା ସେମାନଙ୍କ ପ୍ରତି ଅପମାନଜନକ ହୋଇଥାଏ । ଫଟୋକୁ ଫ୍ରେମ୍‌ କରି ତାହାକୁ ଆଲମାରିରେ ରଖିବା ଉଚିତ । ଏହାଦ୍ୱାରା ସେମାନଙ୍କ ଆଶୀର୍ବାଦ ସାଙ୍ଗକୁ ପିତୃଦୋଷରୁ ମୁକ୍ତି ମିଳିଥାଏ ।