ବିଜେପିରେ ଫାଟ, ବିଜେଡିକୁ ଫାଇଦା

ବିଜେପିରେ ଫାଟ, ବିଜେଡିକୁ ଫାଇଦା

ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ : ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳୀୟ ନେତାମାନଙ୍କର ନିର୍ବାଚନୀ ପ୍ରଚାର ସେତିକି ସରଗରମ ହେଉଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚର୍ଚ୍ଚିତ ତଥା ଗୁରୁତ୍ୱପୂର୍ଣ୍ଣ ମାହାଙ୍ଗା ଅସଂରକ୍ଷିତ ବିଧାନସଭା କ୍ଷେତ୍ର ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ଲଗାତର ତିନିଧର ବର୍ତ୍ତମାନର ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସୁଛନ୍ତି । ବିରୋଧୀ ତାଙ୍କର ଯେତେ ବଦନାମ କଲେ ମଧ୍ୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏବେ ବି ତାଙ୍କର ଦବଦବା ରହିଛି । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନାଙ୍କ ସୁପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ଦଳୀୟ ପ୍ରାର୍ଥୀ କରିଛି । ଭାରତୀୟ ଜାତୀୟ କଂଗ୍ରେସ ମାହାଙ୍ଗା ବିଧାନସଭା କ୍ଷେତ୍ର ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଭାରତୀୟ ଜନତା ପାର୍ଟି ଦଳୀୟ ସମର୍ଥନରେ ଦଳୀୟ ଟିକେଟ ପାଇ ଆଗାମୀ ନିର୍ବାଚନରେ ସୁମନ୍ତ କୁମାର ଘଡେଇ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଗତ୧୫ ତାରିଖରେ କେନ୍ଦ୍ରାପଡା ଲୋକସଭା ବିଜେପି ପ୍ରାର୍ଥୀ ବୈଜୟନ୍ତ ଜୟ ପଣ୍ଡା ଓ ମାହାଙ୍ଗା ବିଧାନସଭା ପ୍ରାର୍ଥୀ ସୁମନ୍ତ କୁମାର ଘଡେଇଙ୍କୁ ମାହାଙ୍ଗା ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ମାହାଙ୍ଗା ବିଧାନସଭା କ୍ଷେତ୍ର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ମାହାଙ୍ଗା ବିଜେପି ବରିଷ୍ଠ ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ସଭାପତି ମିନକେତନ ଦାସ ଏବଂ ବର୍ତ୍ତମାନ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତାପାର୍ଟିର ସାଂଗଠନିକ ପଦ ପଦବୀଧାରୀ ବହୁ ବିଜେପି ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳିନଥିଲା । କେତେଜଣ ହାତଗଣତି ତୋଷାମଦିଆ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଉକ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସହିତ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଲଢେଇ ହୋଇଥାଏ । ହେଲେ ଉକ୍ତ ସମ୍ବର୍ଦ୍ଧନା ସଭାରେ ବହୁ ବରିଷ୍ଠ ଓ ସାଂଗଠନିକ ପଦପଦବୀଧାରୀ ବିଜେପି ନେତୃମଣ୍ଡଳୀଙ୍କ ଅନୁପସ୍ଥିତି ହିଁ ଏହା ସୂଚାଉଛି କି ୨୦୨୪ ସାଧାରଣ ନିର୍ବାଚନ ମାହାଙ୍ଗାରେ ବିଜେଡି ବିଜେପି ସହିତ ହେଉ ନାହିଁ । ଏହି ଲଢେଇ ମାହାଙ୍ଗାର ଦୃଶ୍ୟ ବିଜେପି ଓ ଅଦୃଶ୍ୟ ବିଜେପି ମଧ୍ୟରେ ହେବ ବୋଲି ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ଭାରତୀୟ ଜନତା ପାର୍ଟିର ଏକାଠି ନହେବା ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପାଇଁ ଆର୍ଶିବାଦ ସଦୃଶ ହେବ ବୋ